ଜିରୋ ନାଇଟ୍ ପାଳନ, ନୂଆବର୍ଷ ବଣଭୋଜି ମନା

ଜିରୋ ନାଇଟ୍ ପାଳନ, ନୂଆବର୍ଷ ବଣଭୋଜି ମନା

ଜିରୋ ନାଇଟ୍ ପାଳନ, ନୂଆବର୍ଷ ବଣଭୋଜି ମନା

ଭୁବନେଶ୍ୱର : ଚିନ୍ତା ବଢ଼ାଇଛି ‘ଓମିକ୍ରନ୍’। ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାର ଏବେଠାରୁ ସଜାଗ। ଜିରୋ ନାଇଟ ପାଳନ, ନୂଆ ବର୍ଷକୁ ସ୍ୱାଗତ ଆଦି କାର୍ୟ୍ୟକ୍ରମ ଉପରେ ରୋକ ଲଗାଇଛନ୍ତି । ସାରା ରାଜ୍ୟରେ ଡିସେମ୍ବର ୩୧ ଓ ଜାନୁଆରି ୧ରେ କୌଣସି ହୋଟେଲ, ରେସ୍ତୋରାଁ, କ୍ଲବ, ପାର୍କ ଏବଂ ଅନ୍ୟ ସର୍ବସାଧାରଣ ସ୍ଥାନରେ ଏହିଭଳି କାର୍ୟ୍ୟକ୍ରମ ହୋଇପାରିବନି । ସ୍ୱତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଡିସେମ୍ବର ୧ରୁ ଆସନ୍ତା ଜାନୁଆରି ୧ ସକାଳ ୫ଟା ପର୍ୟ୍ୟନ୍ତ ନିୟମାବଳୀ ଜାରି କରାଯାଇଛି । ସାଂସ୍କୃତିକ କାର୍ୟ୍ୟକ୍ରମ ଓ ସମସ୍ତ କାର୍ୟ୍ୟକ୍ରମ ଉପରୁ କଟକଣା ଉଠିଥିଲେ ହେଁ ନୂଆବର୍ଷକୁ ନଜର ରଖି ଡିସେମ୍ବର ୩୧ ଓ ଜାନୁଆରି ୧ରେ ପାଳନ ହେବାକୁ ଥିବା ସାଂସ୍କୃତିକ କାର୍ୟ୍ୟକ୍ରମ ଉପରେ ରୋକ ଲଗାଯାଇଛି । ଏହାସହ ଡିସେମ୍ବର ୩୧ ଓ ଜାନୁଆରି ୧ରେ ସର୍ବସାଧାରଣ ସ୍ଥାନରେ କୌଣସି ବଣଭୋଜି ବି ହୋଇପାରିବନି । ଏହି ନିଦେ୍ର୍ଧଶନାମାରେ କିନ୍ତୁ ବଡ଼ଦିନ, ଡିସେମ୍ବର ୩୧ ଓ ନୂଆବର୍ଷରେ ଚର୍ଚ୍ଚରେ ଶ୍ରଦ୍ଧାଳୁଙ୍କ ସମାବେଶ ଉପରେ କିଛି କଟକଣା ଲଗାଯାଇନି । ସେହିପରି ସମସ୍ତ ସହରାଞ୍ଚଳରେ ରାତ୍ରିକାଳୀନ କର୍ଫୁ୍ୟକୁ ବଳବତ୍ତର ରଖାଯାଇଛି । ରାତି ୧୦ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ଯେଉଁ ସବୁ କଟକଣା ଜାରି ହୋଇଛି ତାହା ଜାରି ରହିବ । ଏବେ ବିବାହ ଋତୁ ଚାଲିଥିଲେ ହେଁ ଏଥିରେ କିଛି କୋହଳ ହୋଇନି । ବିବାହ କାର୍ୟ୍ୟକ୍ରମରେ ସର୍ବାଧିକ ୨୫୦ଜଣ ଯୋଗଦେଇପାରିବେ । ବରଯାତ୍ରୀ ଦଳ ୫୦ଜଣ ଭିତରେ ସୀମିତ ରହିବ ବୋଲି କୁହାଯାଇଛି । ଏସବୁବାଦ୍ ଆଗକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବାରୁ ଜିଲ୍ଲା ସ୍ତରରେ କୋଭିଡ ହସ୍ପିଟାଲ, ଆଇସିୟୁ ଶଯ୍ୟା ଭର୍ତ୍ତି ଉପରେ ନଜର ରଖିବାକୁ କୁହାଯାଇଛି । ଯେଉଁମାନେ ନିୟମ ମାନିବେନି ତାଙ୍କ ଉପରେ ଦୃଢ କାର୍ୟ୍ୟାନୁଷ୍ଠାନ ନେବାକୁ କୁହାଯାଇଛି ।