ଜାପାନରୁ ଫେରିଲେ ୧୧୯ ଭାରତୀୟ ।

ଜାପାନରୁ ଫେରିଲେ ୧୧୯ ଭାରତୀୟ ।

ଜାପାନରୁ ଫେରିଲେ ୧୧୯ ଭାରତୀୟ ।
କରୋନା ଆକ୍ରାନ୍ତ ସନ୍ଦେହରେ ଜାପାନର ୟୋକୋହମା ବନ୍ଦରରେ ଫସି ରହିଥିବା ୧୧୯ ଜଣ ଭାରତୀୟ ଆଜି ସ୍ୱଦେଶ ଫେରିଛନ୍ତି । ସେମାନଙ୍କୁ ଏୟାର ଇଣ୍ଡିଆ ବିମାନରେ ଟୋକିଓରୁ ଦିଲ୍ଲୀକୁ ଅଣାଯାଇଛି। ସେମାନଙ୍କ ମଧ୍ୟରେ ଓଡ଼ିଶାର ଶିବାଶିଷ ନାୟକ ମଧ୍ୟ ସ୍ୱଦେଶ ଫେରିଥିବା ଜଣାଯାଇଛି। ଭାରତୀୟ ଯାତ୍ରୀଙ୍କ ସହ ଶ୍ରୀଲଙ୍କା, ନେପାଳ, ଦକ୍ଷିଣ ଆଫ୍ରିକା ଓ ପେରୁର ୫ଜଣ ଯାତ୍ରୀ ଏହି ବିମାନରେ ଫେରିଛନ୍ତି । କରୋନା ଆକ୍ରାନ୍ତ ସନ୍ଦେହରେ ଏହି ଯାତ୍ରୀମାନଙ୍କୁ ୟୋକୋହମା ବନ୍ଦରରେ ସ୍ୱତନ୍ତ୍ର ଭାବେ ରଖାଯାଇଥିଲା। ଡାଇମଣ୍ଡ ପ୍ରିନସେସ୍ ଜାହାଜରେ ସେମାନଙ୍କୁ ଅଲଗା ରଖାଯାଇଥିଲା। ଯାତ୍ରୀମାନଙ୍କ ଫେରିବା ପାଇଁ ଜାପାନ ଅଧିକାରୀଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଥିବାରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର କୃତଜ୍ଞତା ଜଣାଇଛନ୍ତି ।