ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଢେଙ୍କାନାଳ ପ୍ରତିଯୋଗୀଙ୍କ କୃତିତ୍ବ
ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଢେଙ୍କାନାଳ ପ୍ରତିଯୋଗୀଙ୍କ କୃତିତ୍ବ
admin
Jun 18, 2019 - 09:07
Updated: Jun 18, 2019 - 09:07
ଓଡ଼ିଶାର ୨୯ ରୁ କେବଳ ଢେଙ୍କାନାଳର ୧୨ ପଦକ
ଭୁବନେଶ୍ୱର: ଉତ୍ତରପ୍ରଦେଶ ଲକ୍ଷ୍ନୌ ଠାରେ ଟାଏକୋଣ୍ଡୋ ଫେଡେରେସନ ଅଫ୍ ଇଣ୍ଡିଆ ଦ୍ବାରା ୧୪.୦୬.୨୦୧୯ ରୁ ୧୬.୦୬.୨୦୧୯ ପର୍ୟ୍ୟନ୍ତ ଜାତୀୟ ଟାଏକୋଣ୍ଡୋ ଚାମ୍ପିୟାନସିପ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୨୨ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତା କରିଥିଲେ । ଓଡ଼ିଶା ଟିମ୍ ୯ଟି ସ୍ବର୍ଣ୍ଣ, ୮ଟି ରୌପ୍ୟ ଓ ୧୨ଟି କାଂସ୍ୟ ପଦକ ସହ ସର୍ବମୋଟ୍ ୨୯ ଟି ପଦକ ପାଇଥିଲା । ସେଥିରୁ କେବଳ ଢେଙ୍କାନାଳ ଜିଲ୍ଲାର ଟ୍ରାଡିସନାଲ ଟାଏକୋଣ୍ଡୋ ଡୋଜାଙ୍ଗ ଟିମ୍ ୫ଟି ସ୍ବର୍ଣ୍ଣ, ୫ଟି ରୌପ୍ୟ ଓ ୨ଟି କାଂସ୍ୟ ପଦକ ସହ ୧୨ଟି ପଦକ ଅକ୍ତିୟାର କରିଥିଲା । ଏହି ଆନୁଷ୍ଠାନର ମାତ୍ର ୭ ଜଣ ଛାତ୍ର ଛାତ୍ରୀ ପ୍ରତି ଯୋଗିତା କରିଥିବା ବେଳେ ଶ୍ରେୟାସ ଶକ୍ତିସ୍ମିତ କୋର୍ୟୁଗି ଓ ପୋମସାଏରେ ୨ ଟି ସ୍ବର୍ଣ୍ଣ, ସୁଶ୍ରୀ ବିଶ୍ବପ୍ରଜ୍ଞା ବ୍ରହ୍ମ କୋର୍ୟୁଗିରେ ସ୍ବର୍ଣ୍ଣ ଓ ପୋମସାଏରେ ରୌପ୍ୟ, ଚେତନଶ୍ରୀ ବେହେରା କୋର୍ୟୁଗିରେ ସ୍ବର୍ଣ୍ଣ ଓ ପୋମସାଏ ରେ ରୌପ୍ୟ, ଶୁଭୋଜିତ୍ ପଣ୍ଡା କୋର୍ୟୁଗି ରେ କାଂସ୍ୟ ଓ ପୋମସାଏ ରେ ରୌପ୍ୟ ଓ ପ୍ରୀୟାଂଶୁ ପ୍ରତୀକ କଁଅର କୋର୍ୟୁଗି ରେ କାଂସ୍ୟ ପଦକ ଓ ସର୍ବକନିଷ୍ଠ ଛାତ୍ରୀ ମାତ୍ର ୬ ବର୍ଷ ବୟସର ସମୀକ୍ଷା ନନ୍ଦ କୋର୍ୟୁଗ ରେ ସ୍ବର୍ଣ୍ଣ ଓ ପୋମସାଏ ରେ ରୌପ୍ୟ ପଦକ ପ୍ରାପ୍ତ କରିଥିଲେ । ମାତ୍ର କିଛି ଦିନ ତଳେ ପ୍ରତିଷ୍ଠିତ ହୋଇଥିବା ଟ୍ରାଡିସନାଲ ଟାଏକୋଣ୍ଡୋ ଡୋଜାଙ୍ଗ ଅନୁଷ୍ଠାନର ଏହି ସଫଳତାର ଶ୍ରେୟ ସମସ୍ତ ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକ ମାନେ କୋଚ୍ ସୌମ୍ୟକାନ୍ତ ବେଉରାଙ୍କୁ ଦେଇଛନ୍ତି । ସୌମ୍ୟଙ୍କ ଙ୍କ କଠିନ ତାଲିମରେ ଏହି ୭ ଜଣ ଛାତ୍ର ଛାତ୍ରୀ ଜାତୀୟ ପ୍ରତିଯୋଗିତା ନିମନ୍ତେ ଦିନକୁ ୫ ରୁ ୬ ଘଣ୍ଟା ଅଭ୍ୟାସ କରୁଥିଲେ । ଏହା ପୂର୍ବରୁ ଏହି ପ୍ରତିଯୋଗିମାନେ ଭଦ୍ରକରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବହୁ ପଦକ ଜିତିଥିଲେ ଓ ସେଥିରେ ଉତ୍ତୀର୍ଣ୍ଣ ହୋଇ ଜାତୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଲକ୍ଷ୍ନୌ ଯାଇଥିଲେ ।