ଜାଣନ୍ତୁ କେତେ ଟଙ୍କାରେ ମିଳୁଛି ଏଲପିଜି, ଗୋଟିଏ ମାସରେ ଦୁଇ ଥର ବଢିଲାଣି ଏଲପିଜି ଦର

ଜାଣନ୍ତୁ କେତେ ଟଙ୍କାରେ ମିଳୁଛି ଏଲପିଜି, ଗୋଟିଏ ମାସରେ ଦୁଇ ଥର ବଢିଲାଣି ଏଲପିଜି ଦର

ଜାଣନ୍ତୁ କେତେ ଟଙ୍କାରେ ମିଳୁଛି ଏଲପିଜି, ଗୋଟିଏ ମାସରେ ଦୁଇ ଥର ବଢିଲାଣି ଏଲପିଜି ଦର
ନୂଆଦିଲ୍ଳୀ : ଦେଶରେ ଦିନକୁ ଦିନ ମହଙ୍ଗା ହେଉଛି ରନ୍ଧନ ଗ୍ୟାସ । ଚଳିତ ମାସରେ ଦୁଇଥର ବଢିଲାଣି ଏଲପିଜି ଦର । ବୁଧବାର ଦିନ ଏଲପିଜି ସିଲିଣ୍ଡର ମୂଲ୍ୟରେ ୫୦ ଟଙ୍କାର ବୃଦ୍ଧି ଘଟିଛି । ମାସକ ମଧ୍ୟରେ ଦୁଇଥର ମୂଲ୍ୟ ବୃଦ୍ଧି ଘଟିବା ସହିତ ରନ୍ଧନ ଗ୍ୟାସ ମୂଲ୍ୟରେ ୬.୩ ପ୍ରତିଶତର ଅଭିବୃଦ୍ଧି ଘଟିଛି । ଆଭିଏସନ ଟର୍ବାଇନ ଫୁଏଲ ପକ୍ଷରୁ ଏହି ମୂଲ୍ୟବୃଦ୍ଧି ନେଇ ଘୋଷଣା କରାଯାଇଛି । ମୂଲ୍ୟବୃଦ୍ଧି ପରେ ସବସିଡି ଯୁକ୍ତ ୧୪.୨ କିଗ୍ରା ଏଲପିଜି ସିଲିଣ୍ଡରର ମୂଲ୍ୟ ୬୯୪ ଟଙ୍କାରେ ପହଞ୍ଚିଛି । ଏହି ଗ୍ୟାସର ମୂଲ୍ୟ ପୂର୍ବରୁ ୬୪୪ ଟଙ୍କା ରହିଥିଲା । ପୂର୍ବରୁ ଡିସେମ୍ବର ୧ ତାରିଖରେ ମଧ୍ୟ ଏଲପିଜି ମୂଲ୍ୟରେ ୫୦ ଟଙ୍କାର ବୃଦ୍ଧି ଘଟିଥିଲା । ଉଲ୍ଲେଖଯୋଗ୍ୟ ଯେ, ଶେଷ ଥର ପାଇଁ ଜୁଲାଇରେ ଏଲପିଜିର ସବସିଡି ମୂଲ୍ୟ ୫୯୪ ଟଙ୍କା ରହିଥିଲା । ତେବେ ଅନ୍ତର୍ଜାତୀୟ ତୈଳ ଦର ବୃଦ୍ଧି କାରଣରୁ ମେ ମାସ ପରଠାରୁ ସରକାର ସବସିଡି ପ୍ରଦାନ କରିନାହାନ୍ତି । ବର୍ତ୍ତମାନର ମୂଲ୍ୟବୃଦ୍ଧି ପରେ ସରକାର ସବସିଡି ପ୍ରଦାନ କରିବାର ସମ୍ଭାବନା ଦେଖାଦେଇଛି । ସେହିପରି ବିମାନ ଇନ୍ଧନର ମୂଲ୍ୟ ୨୯୪୧.୫୦ ଟଙ୍କା ବୃଦ୍ଧି ପାଇ ୪୯, ୧୬୧.୧୬ ଟଙ୍କାରେ ପହଞ୍ଚିଛି । ଗତମାସରେ ମଧ୍ୟ ବିମାନ ଇନ୍ଧନର ମୂଲ୍ୟ ୩୨୮୮.୩୮ ଟଙ୍କାର ବୃଦ୍ଧି ଘଟିଥିଲା । ଏହା ସହିତ କୋଲକାତାରେ ଅଣ ସବସିଡି ଏଲପିଜିର ମୂଲ୍ୟ ୭୨୦.୫୦ ରହିଛି । ମୁମ୍ବାଇ ଏବଂ ଚେନ୍ନାଇରେ ଏହି ମୂଲ୍ୟ ଯଥାକ୍ରମେ୬୯୪ ଏବଂ ୭୧୦ ରହିଛି ।