ଜାଣନ୍ତୁ କେତେ ଟଙ୍କାରେ କିଣା ହେଲା ନୂଆ ଆଇପିଏଲ ଟିମ
ଜାଣନ୍ତୁ କେତେ ଟଙ୍କାରେ କିଣା ହେଲା ନୂଆ ଆଇପିଏଲ ଟିମ
ଭୁବନେଶ୍ୱର : ଦୁଇଟି ନୂଆ ଆଇପିଏଲ ଟିମ ପାଇଁ ନିଲାମୀ ହୋଇଛି । ମିଳିଥିବା ସୂଚନାନୁସାରେ ସଂଜୀବ ଗୋଏକାଙ୍କ ଆରପିଏସଜି ଗ୍ରୁପ ଲକ୍ଷେ୍ନø ଟିମ କିଣିଛନ୍ତି । ପ୍ରାୟ ୭୦୯୦ କୋଟି ଟଙ୍କାରେ ସେ ଲକ୍ଷେ୍ନø ଟିମ କିଣିଥିବା ଜଣାପଡିଛି । ଅପରପକ୍ଷରେ ସିଭିସି କ୍ୟାପିଟାଲ ଅହମ୍ମଦାବାଦ ଟିମ କିଣିଛି । ୫୧୬୧ କୋଟି ଟଙ୍କାର ବିଡ ଦାଖଲ ହୋଇଥିବା ଜାଣିବାକୁ ମିଳିଛି । ଏନେଇ ବିସିସିଆଇ ପକ୍ଷରୁ ବିଧିବଦ୍ଧ କୁହାଯାଇନଥିଲେ ମଧ୍ୟ ଜାତୀୟ ଗଣମାଧ୍ୟମରେ ଏସଂକ୍ରାନ୍ତରେ ଖବର ପ୍ରକାଶ ପାଇଛି ।
ଦୁବାଇରେ ଏନେଇ ନିଲାମୀ ହୋଇଥିବା ବେଳେ ୨ଟି ନୂଆ ଟିମ ଚୟନ କରାଯାଇଛି । ଫଳରେ ୨୦୨୨ରେ ୧୦ଟି ଟିମ ପ୍ରତିଦ୍ୱନ୍ଦ୍ୱିତା ହେବ । ନିଲାମୀ ଦୌଡ଼ରେ କଟକ, ଧର୍ମଶାଳା, ଗୌହାଟୀ ଓ ଇନ୍ଦୋର ବି ରହିଥିଲେ ।
ସୂଚନାଯୋଗ୍ୟଯେ, ସନରାଇଜରସ ହାଇଦ୍ରାବାଦ ଶେଷ ଦଳ ଭାବେ ପୂର୍ବରୁ ଆଇପିଏଲ ଟିମରେ ସାମିଲ ହୋଇଥିଲା । ୨୦୧୨ରେ ୮୫୦ କୋଟି ଟଙ୍କାରେ ଉକ୍ତ ଟିମ ଆଇପିଏଲରେ ସାମିଲ ହୋଇଥିଲା ।




admin 