ଛତିଶଗଡ଼ କଂଗ୍ରେସ ସଙ୍କଟ, ଟିଏସ୍ ସିଂହଦେଓଙ୍କୁ ମୁଖ୍ୟମନ୍ତ୍ରୀ କରାଇବାକୁ ରାହୁଲଙ୍କ ଇଚ୍ଛା
ଛତିଶଗଡ଼ କଂଗ୍ରେସ ସଙ୍କଟ, ଟିଏସ୍ ସିଂହଦେଓଙ୍କୁ ମୁଖ୍ୟମନ୍ତ୍ରୀ କରାଇବାକୁ ରାହୁଲଙ୍କ ଇଚ୍ଛା
ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସର ବିବାଦ ଥମିନଥିବା ବେଳେ ଛତିଶଗଡ଼ କଂଗ୍ରେସରେ ଅସନ୍ତୋଷ। ମୁଖ୍ୟମନ୍ତ୍ରୀ ବଦଳାଇବାକୁ ଗୋଟିଏ ଗୋଷ୍ଠୀ ବିଧାୟକ ଦାବି କରିଛନ୍ତି। ତେବେ ରାହୁଲ ଗାନ୍ଧି ବର୍ତ୍ତମାନର ସ୍ବାସ୍ଥ୍ୟମନ୍ତ୍ରୀ ଟିଏସ୍ ସିଂହଦେଓଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ସପକ୍ଷରେ ଅଛନ୍ତି। ଏପଟେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲାଙ୍କୁ ଦିଲ୍ଲୀ ଡାକରା ହୋଇଛି। ୨୦୧୮ ବିଧାନସଭା ନିର୍ବାଚନ ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବାଘେଲ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଟିଏସ ସିଂହଦେଓଙ୍କ ମଧ୍ୟରେ ଅଢେ଼ଇ ବର୍ଷ କ୍ଷମତା ବାଣ୍ଟିବାପାଇଁ ଏକ ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଆଧାରରେ ବାଘେଲଙ୍କର ମୁଖ୍ୟମନ୍ତ୍ରୀ ଭାବେ ଅଢେ଼ଇ ବର୍ଷ କାର୍ୟ୍ୟକାଳ ଗତ ଜୁନରୁ ଶେଷ ହୋଇଛି । ଏବେ ସିଂହଦେଓ ମୁଖ୍ୟମନ୍ତ୍ରୀ ପଦରେ ରହିବା କଥା । ନେତୃତ୍ୱ ବଦଳାଇବାପାଇଁ ସିଂହଦେଓ ଏବଂ ତାଙ୍କ ସମର୍ଥକମାନେ ଜୋରଦାର ଦାବି କରିଥିବାରୁ ଦଳରେ ଗୋଷ୍ଠୀ ବିବାଦ ଚରମରେ ପହଞ୍ଚିଛି । ଦଳର ୨ ବରିଷ୍ଠ ନେତାଙ୍କ ମଧ୍ୟରେ ବିବାଦ ବଢ଼ୁଥିବାରୁ ଏହି ସଙ୍କଟର ସମାଧାନ ପାଇଁ ରାହୁଲ ଗାନ୍ଧି ନିକଟରେ ଏକ ବୈଠକ କରିଥିଲେ । ଏଥିରୁ କିଛି ବି ନିଷ୍କର୍ସ ବାହାରି ପାରିନାହିଁ । କଂଗ୍ରେସ ଆଜି ପୁଣି ଛତିଶଗଡ଼ର ବିଧାୟକମାନଙ୍କୁ ଦିଲ୍ଲୀ ଡାକିଛି । ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭେଟିବେ । ସିଂହଦେଓ ନିଜ ଜିଦରେ ଅଟଳ ରହିଛନ୍ତି ଏବଂ ତୁରନ୍ତ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାକୁ ଦଳୀୟ ନେତୃତ୍ୱକୁ କଡ଼ା ବାର୍ତ୍ତା ପଠାଇଛନ୍ତି । ମୁଖ୍ୟମନ୍ତ୍ରୀ କରାନଗଲେ ସେ ସରକାର ଏବଂ କଂଗ୍ରେସ ଦଳ ଛାଡ଼ିଦେବେ ବୋଲି କହିଛନ୍ତି ।




admin 