ଚୀନରେ ବଡ଼ ଧରଣର ଦୁର୍ଘଟଣା, ୧୭ ମୃତ

ଚୀନରେ ବଡ଼ ଧରଣର ଦୁର୍ଘଟଣା, ୧୭ ମୃତ

ଚୀନରେ ବଡ଼ ଧରଣର ଦୁର୍ଘଟଣା,  ୧୭  ମୃତ


ବେଜିଂ:  ଚୀନ ଜିଆଙ୍ଗସି ରାଜ୍ୟରେ ଏକ ବଡ଼ ଧରଣର ଦୁର୍ଘଟଣା ହୋଇଛି । ନାନଞ୍ଚାଙ୍ଗ କାଉଣ୍ଟି ଠାରେ ଗାଡ଼ିକୁ ଗାଡ଼ି ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ଏଥିରେ ୧୭ଜଣଙ୍କ ମୃତ୍ୟୁ ହୋଇଛି । ୨୨ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ଦୁର୍ଘଟଣାର କାରଣ ଜଣାପଡ଼ିନଥିବା ବେଳେ ପ୍ରବଳ କୁଡି ଯୋଗୁଁ ଦୁର୍ଘଟଣା ଘଟିଥାଇପାରେ ବୋଲି କୁହାଯାଉଛି । ଚୀନର ଗଣମାଧ୍ୟମ ସୂଚନା ଅନୁସାରେ ନାନଞ୍ଚାଙ୍ଗ କାଉଣ୍ଟି ଟ୍ରାଫିକ୍ ପକ୍ଷରୁ ସୁରକ୍ଷିତ ଡ୍ରାଇଭିଂ ପାଇଁ ନିର୍ଦେଶ ଜାରି କରାଯାଇଛି । କୁହୁଡ଼ିରେ ଗାଡ଼ି ଚଳାଚଳ ପାଇଁ ଫଗ୍‌ ଲାଇଡ୍‌ ଦେଖି ଯାତାୟାତ କରିବାକୁ କୁହାଯାଇଛି । ତାହା ସହ ହଠାତ୍‌ ରାସ୍ତା ଅତିକ୍ରମ କରିବାକୁ ବାରଣ କରାଯାଇଛି । ଦୁର୍ଘଟଣା ହେବା ନେଇ ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।