ଚୀନ ସାମଗ୍ରୀର ଆମଦାନୀରେ ୨୭ ପ୍ରତିଶତ ହ୍ରାସ

ଚୀନ ସାମଗ୍ରୀର ଆମଦାନୀରେ ୨୭ ପ୍ରତିଶତ ହ୍ରାସ

ଚୀନ ସାମଗ୍ରୀର ଆମଦାନୀରେ ୨୭ ପ୍ରତିଶତ ହ୍ରାସ
ନୂଆଦିଲ୍ଲୀ : ସମଗ୍ର ଦେଶବ୍ୟାପୀ ଚୀନ ସାମଗ୍ରୀକୁ ବର୍ଜନର ନାରା ଦିଆଯାଉଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଗତ ତିନି ମାସ ମଧ୍ୟରେ ଚୀନରୁ ଆମଦାନୀ ୨୭.୬୩ ପ୍ରତିଶତ ହ୍ରାସ ପାଇଛି । ଗତବର୍ଷର ସମାନ ସମୟରେ ଚୀନରୁ ଆମଦାନୀ ୨୧.୫୮ ବିଲିୟନ ଡଲାରୁ ରହିଥିବା ବେଳେ ଚଳିତ ବର୍ଷର ସମାନ ସମୟରେ ଏହା ୨୭ ପ୍ରତିଶତ ହ୍ରାସ ପାଇଛି । ସୋମବାର ଶିଳ୍ପମନ୍ତ୍ରୀ ପୀୟୁଷ ଗୋୟଲ ଲୋକସଭାରେ ଏହି ସୂଚନା ଦେଇଛନ୍ତି । ଜୁଲାଇ ମାସରେ ୫.୫୮ ବିଲିୟନ ଡଲାର ଆମଦାନୀ କରାଯାଇଥିବା ବେଳେ ଅଗଷ୍ଟ ମାସରେ ୪.୯୮ ବିଲୟନ ଡଲାରର ଆମଦାନୀ କରାଯାଇଛି ।