ଚୀନ ଯିବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟିମ୍

ଚୀନ ଯିବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟିମ୍

ଚୀନ ଯିବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟିମ୍
ଜେନିଭା: କରୋନା ସଂକ୍ରମଣ କିପରି ଆରମ୍ଭ ହେଲା? ଏହା ପ୍ରଥମେ କେଉଁଠାରୁ ବ୍ୟାପିଲା? ଏହା ଜୀବଜନ୍ତୁଙ୍କ ଠାରୁ ମଣିଷ ଦେହକୁ କେମିତି ଆସିଲା? ବିଶ୍ୱର ଅଧିକାଂଶ ଦେଶ ଏବେ ଏସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହୁଁଛନ୍ତି । ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁ୍ୟଏଚଓ) ର ଏକ ଟିମ ଆସନ୍ତା ଜାନୁଆରୀ ମାସରେ ଚୀନର ଓହାନ ସହରକୁ ଯିବାର କାର୍ଯ୍ୟକ୍ରମ ରହିଛି । ମାସାଧିକ କାଳ ଧରି ଡବ୍ଲୁ୍ୟଏଚଓ ଏବଂ ଚୀନ ମଧ୍ୟରେ ଆଲୋଚନା ପରେ ଏ ନେଇ ସହମତି ହୋଇଛି । ଡବ୍ଲୁ୍ୟଏଚଓର ୧୨ ରୁ ୧୫ ଜଣ ବୈଜ୍ଞାନିକ ଓହାନକୁ ଯିବେ ଏବଂ ସେମାନେ ଚୀନ ବୈଜ୍ଞାନିକଙ୍କ ଦ୍ୱାରା ସଂଗୃହୀତ ପ୍ରମାଣର ଯାଞ୍ଚ କରିବେ । ଚୀନ ପୂର୍ବରୁ ସର୍ତ୍ତ ରଖିଥିଲା ଯେ କରୋନା ସଂକ୍ରମଣ କେମିତି ଆରମ୍ଭ ହେଲା ତାହା ଜାଣିବା ପାଇଁ ପ୍ରଥମେ ଚୀନର ବୈଜ୍ଞାନିକମାନେ ସେଠାରେ ଯାଞ୍ଚ କରିବେ । ଏହା ପରେ ସେ ଡବ୍ଲୁ୍ୟଏଚଓରେ ଗବେଷକମାନଙ୍କୁ ଏଥିପାଇଁ ଅନୁମତି ପ୍ରଦାନ କରିବ । କିନ୍ତୁ ଡବ୍ଲୁ୍ୟଏଚଓର ବୈଜ୍ଞାନିକମାନଙ୍କୁ ଓହାନ ସହିତ ମାଛ ବଜାରକୁ ଯିବା ପାଇଁ କିମ୍ବା ସ୍ଥାନୀୟ ଲୋକ ଓ ସରକାରୀ ଅଧିକାରୀମାନଙ୍କ ସହିତ ଆଲୋଚନା କରିବାକୁ ଅନୁମତି ଦିଆଯିବ ନାହିଁ । ସେମାନେ କେବଳ ଚୀନ ବୈଜ୍ଞାନିକମାନଙ୍କ ଦ୍ୱାରା ପୂର୍ବରୁ ସଂଗୃହୀତ ପ୍ରମାଣର ବିଶ୍ଳେଷଣ କରିବେ ।