ଚିନ୍ତା ବଢାଇଲାଣି ସ୍ୱାଇନ ଫ୍ଲୁ

ଚିନ୍ତା ବଢାଇଲାଣି ସ୍ୱାଇନ ଫ୍ଲୁ

ଚିନ୍ତା ବଢାଇଲାଣି ସ୍ୱାଇନ ଫ୍ଲୁ

ଭୁବନେଶ୍ୱର : ରାଜ୍ୟରେ କିଛି ସ୍ଥାନରେ ସ୍ୱାଇନ ଫ୍ଲୁ ସନ୍ଦିଗ୍ଧ ନଜରକୁ ଆସିଛନ୍ତି । ଚଳିତମାସ ୧ ତାରିଖରେ ସ୍ୱାସ୍ଥ୍ୟମନ୍ତ୍ରୀ ଏ ସଂକ୍ରାନ୍ତରେ ବିଭାଗକୁ ଏକ ଚିଠି ଲେଖିଥିଲେ । ଏ ଦୃଷ୍ଟିରୁ ସ୍ୱାଇନ ଫ୍ଲୁ ପାଇଁ ସତର୍କ ରହିବା ଲାଗି ସବୁ  ସିଡିଏମଓ, କ୍ୟାପିଟାଲ ହସ୍ପିଟାଲ ଓ ଆରଜିଏଚର ନିର୍ଦେଶକଙ୍କୁ ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି  ଜାରି ହୋଇଛି। ବିଭାଗ ପକ୍ଷରୁ  କୁହାଯାଇଛି ଯେ ଯେଉଁ ସନ୍ଦିଗ୍ଧ ସ୍ୱାଇନ ପ୍ଲୁ ଆସିବେ ସେମାନଙ୍କର ସ୍କ୍ରିନିଂ ସହିତ ରେକର୍ଡ ରଖାଯାଉ ।

ଏହାସହ ସ୍ୱାଇନ ଫ୍ଲୁର ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପାଇଁ ଉପଯୁକ୍ତ  ପଦକ୍ଷେପ ଗ୍ରହଣ କରିବା ଲାଗି ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି । ଉଲ୍ଲେଖ ଯେ ୨ ମାସ ତଳେ ରାଜଧାନୀରେ  ଜଣେ ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ହୋଇଛି ।  ୨ଜଣ  ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା ହୋଇଥିଲା ବେଳେ ଜଣେ ପଜିଟିଭ ଆସିଥିଲା ।