ଚିନି ବନ୍ଦ କରେ କେଶ ଝଡ଼ିବା, ଜାଣନ୍ତୁ କେମିତି
ଚିନି ବନ୍ଦ କରେ କେଶ ଝଡ଼ିବା, ଜାଣନ୍ତୁ କେମିତି
admin
May 19, 2021 - 10:40
Updated: May 19, 2021 - 10:40
ଚିନି କେଶରେ ଏକ କଣ୍ଡିସନର୍ ପରି କାମ କରିଥାଏ। ତେବେ ଆସନ୍ତୁ ଜାଣିବା ଶାମ୍ପୂରେ ଚିନି ମିଶାଇ କିପରି କେଶ ମୂଳରେ ଲଗାଇବେ ଏବଂ ଏପରି କରିବା ଦ୍ୱାରା ଅନ୍ୟ କେଉଁସବୁ ଲାଭ ମିଳିଥାଏ।
ପ୍ରଥମେ କେଶକୁ ଓଦା କରିନିଅନ୍ତୁ। ଏହାପରେ ଆବଶ୍ୟକ ଅନୁସାରେ ଶାମ୍ପୂ ଏବଂ ଏଥିରେ ଗୋଟିଏ ଚାମଚ ଚିନିକୁ ମିଶାନ୍ତୁ। ଏହି ମିଶ୍ରଣକୁ କେଶରେ ଲଗାଇ ଧୀରେ ଧୀରେ କେଶ ମୂଳକୁ ମାଲିସ କରନ୍ତୁ। ଏହାପରେ କେଶକୁ ଧୋଇ ଦିଅନ୍ତୁ।
ଯଦି ଆପଣ କେଶ ବଢ଼ିବାକୁ ନେଇ ଚିନ୍ତାରେ ରହିଛନ୍ତି, ତେବେ ସପ୍ତାହକୁ ଦୁଇଥର ଚିନି ଓ ଶାମ୍ପୂର ମିଶ୍ରଣକୁ ମୁଣ୍ଡରେ ଲଗାନ୍ତୁ। ପୁରୁଷମାନେ ମଧ୍ୟ ଏହି ଉପାୟକୁ ଆପଣାଇପାରିବେ।
ସେହିପରି କେଶ ଅଧିକ ରୁକ୍ଷ ଥିଲେ ଶାମ୍ପୂ ଓ ଚିନିର ମିଶ୍ରଣକୁ ମୁଣ୍ଡରେ ଲଗାନ୍ତୁ। ଏହାଦ୍ୱାରା କେଶରେ ପ୍ରାକୃତିକ ଭାବରେ କୋମଳ ହୋଇଥାଏ। ସୁଫଳ ପାଇବା ପାଇଁ ଗୋଟିଏ ମାସ ଧରି କେଶରେ ଏହି ମିଶ୍ରଣକୁ ଲଗାନ୍ତୁ।
ଶୀତଦିନେ କେଶରେ ରୁପି ସମସ୍ୟା ରହିଥାଏ। ଏହାକୁ ଭଲ କରିବା ପାଇଁ ମଧ୍ୟ ନିୟମିତ ଭାବରେ ଶାମ୍ପୂରେ ଚିନି ମିଶାଇ ଲଗାନ୍ତୁ। ରୁପି ସମସ୍ୟା ଦୂର କରିବା ପାଇଁ ସପ୍ତାହକୁ ଦୁଇଥର ଏହି ମିଶ୍ରଣ ବ୍ୟବହାର କରନ୍ତୁ।