ଚିତ୍ରା ରାମକ୍ରିଷ୍ଣନଙ୍କୁ ଗିରଫ କଲା ସିବିଆଇ

ଚିତ୍ରା ରାମକ୍ରିଷ୍ଣନଙ୍କୁ ଗିରଫ କଲା ସିବିଆଇ

ଚିତ୍ରା ରାମକ୍ରିଷ୍ଣନଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ପୂର୍ବତନ ସିଇଓ ଚିତ୍ରା ରାମକ୍ରିଷ୍ଣାଙ୍କୁ ସିବିଆଇ ଗିରଫ କରିଛି। ତାଙ୍କର ଆଗୁଆ ଜାମିନ ଖାରଜ ହୋଇଗଲା ପରେ ରବିବାର ସିବିଆଇ ତାଙ୍କୁ ଗିରଫ କରିଛି। ୨୦୧୩ରୁ ୨୦୧୬ ମଧ୍ୟରେ ଚିତ୍ରା ଏନଏସଇର ସିଇଓ ଥିଲେ। ଏନଏସଇର ପୂର୍ବତନ କର୍ମଚାରୀ ଆନନ୍ଦ ସୁବ୍ରମନ୍ୟମ୍ଙ୍କ ସହ ବେଆଇନ କାରବାରରେ ସମ୍ପୃକ୍ତ ଥିବା ନେଇ  ୫୯ ବର୍ଷୀୟ ଚିତ୍ରା ସିବିଆଇ ନଜରରେ ରହିଥି‌ଲେ। ଏନଏସଇର ବହୁ ଗୋପନ ତଥ୍ୟ ଲିକ୍ କରିବାହ ନେଇ ଚିତ୍ରାଙ୍କ ନାମରେ ଅଭିଯୋଗ ରହିଛି।  ଯୋଗୀ ନାମରେ ହିମାଳୟରେ ରହୁଥିବା ଆନନ୍ଦ ସୁବ୍ରମନ୍ୟମ୍ଙ୍କୁ ଚିତ୍ରା ଇମେଲ ମାଧ୍ୟମରେ ତଥ୍ୟ ଦେଉଥିବା ନେଇ ଅଭିଯୋଗ ହୋଇଥିଲା

ତେବେ ଏହି ଯୋଗୀ ଜଣକ ଆନନ୍ଦ ସୁବ୍ରମନ୍ୟମ୍ ବୋଲି ସନ୍ଦେହ କରାଯାଉଥିଲା। ପରେ ପୁଲିସ ତାଙ୍କୁ ଗତ ମାସରେ ଗିରଫ କରିଥିଲା। ଅନନ୍ୟ ପକ୍ଷରେ ନିଜ ପଦର ଦୁରୁପଯୋଗ ଓ ଏନଏସଇର ଗୁରୁତ୍ୱପୂର୍ଣ୍ଣ ତଥ୍ୟର ପ୍ରଘଟ ଅଭିଯୋଗରେ ଚିତ୍ରାଙ୍କୁ ପୂର୍ବରୁ  ସିବିଆଇ ଜେରା କରିଥିଲା। ଚିତ୍ରା ଏନଏସଇର କୋ-ଲୋକସନ ବ୍ୟବସ୍ଥାର ଦୁରୁପଯୋଗ କରି ଷ୍ଟକ ମାର୍କେଟ ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଗୁଆ ପ୍ରଘଟ କରୁଥିବାର ଅଭିଯୋଗ ହୋଇଛି । ଏହି ମାମଲାରେ ଦିଲ୍ଲୀ ସିବିଆଇ  ଓପିଜି ସିକ୍ୟୁରିଟିଜର ପ୍ରମୋଟର ସଂଜୟ ଗୁପ୍ତାଙ୍କ ନାଁରେ ବି ମାମଲା ରୁଜ୍ଜୁ କରିଛି ।