ଚିତ୍ରକୋଣ୍ଡାରେ ମାଓବାଦୀ
ଚିତ୍ରକୋଣ୍ଡାରେ ମାଓବାଦୀ
ଚିତ୍ରକୋଣ୍ଡା : କିଛି ଦିନର ବ୍ୟବଧାନ ପରେ ପୁଣି ଉପସ୍ଥିତି ଜାହିର କଲା ଲାଲବାହିନୀ। ଚିତ୍ରକୋଣ୍ଡା ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର। ଚିତ୍ରକୋଣ୍ଡା ଟନେଲକ୍ୟାମ୍ପରୁ ଡାଇକ୍ – ୦୧ର ମୁଖ୍ୟ ରାସ୍ତାରେ ମାଓବାଦୀମାନେ ଧମକପୂର୍ଣ୍ଣ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି। ଦଣ୍ଡକାରଣ୍ୟ ଡିଭିଜନ ପକ୍ଷରୁ ଲାଗିଥିବା ଏହି ପୋଷ୍ଟର ଗୁଡିକରେ ପୋଲିସର ମାତ୍ରାଧିକ କାର୍ୟ୍ୟାନୁଷ୍ଠାନ ବିରୋଧରେ ଲେଖାଯାଇଥିବା ବେଳେ ମିତଲ କମ୍ପାନୀ ପକ୍ଷରୁ କରାଯାଉଥିବା ପାଇପ୍ ଲାଇନ୍ କାମକୁ ମଧ୍ୟ ବିରୋଧ କରାଯାଇଛି ।
ଏହି ମାଓ ପୋଷ୍ଟରରେ ଉଲ୍ଲେଖ କରାଯାଇଛି ଯେ, ପୋଲିସ ଗଞ୍ଜେଇ ଗଛ କାଟିବା ଓ ଚୋରା ଗଞ୍ଜେଇ ଚାଲାଣ ବନ୍ଦ କରିବା ନାମରେ ନିରୀହ ଆଦିବାସୀଙ୍କ ଉପରେ ଅତ୍ୟାଚାର କରୁଛି। ମିଥ୍ୟା ନକ୍ସଲ ଆଖ୍ୟା ଦେଇ ନିରୀହ ଆଦିବାସୀଙ୍କୁ ଦଣ୍ଡିତ କରିବା ବନ୍ଦ କରାନଗଲେ ପ୍ରଜା କୋର୍ଟରେ ଦଣ୍ଡିତ କରି ମୃତ୍ୟୁଦଣ୍ଡ ଦିଆଯିବ ।




admin 