ଚଳିତ ବର୍ଷ ୧୦ ଦିନିଆ ଖଣ୍ଡଗିରି ମେଳା
ଚଳିତ ବର୍ଷ ୧୦ ଦିନିଆ ଖଣ୍ଡଗିରି ମେଳା
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ଖଣ୍ଡଗିରି କୁମ୍ଭ ମେଳା । ପ୍ରତି ବର୍ଷ ମାଘ ସପ୍ତମୀରୁ ମାଘ ପୂର୍ଣ୍ଣମୀ ପର୍ୟ୍ୟନ୍ତ ୯ ଦିନ ବ୍ୟାପୀ ଖଣ୍ଡଗିରି ମେଳା ଆୟୋଜିତ ହୁଏ । ହେଲେ ଚଳିତ ବର୍ଷ ଏହି ମେଳା ୧୦ ଦିନ ବ୍ୟାପୀ ଚାଲିବ ।
ଖଣ୍ଡଗିରି ମେଳା ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରର ବିଭିନ୍ନ ତିର୍ଥସ୍ଥଳୀରୁ ସାଧୁସନ୍ଥ ଏଠାରେ ଡେରା ପକାଇଛନ୍ତି । ଦେଶର ବିଭିନ୍ନ କୋଣରେ ଥିବା ଜୁନା ଆଖଡା, ନାଗା ଆଖଡା, ଭାରତୀ ଆଖଡା, ଉକôଳ ପଞ୍ଚସଖା ଭଗବତୀ ଆଖଡାରୁ ଏଠାକୁ ସାଧୁସନ୍ଥ ଆସୁଛନ୍ତି ।
ବିଭିନ୍ନ ଶ୍ଳୋକ, ମନ୍ତ୍ରରେ ଆଜିଠୁ ପ୍ରକମ୍ପିତ ହେବ ଖଣ୍ଡଗିରି ପାହାଡ ।
ସୂଚନା ଅନୁସାରେ ୧୯୯୪ ମସିହାରୁ ହରିହର ଟ୍ରଷ୍ଟ ଏହି ମେଳାକୁ ପରିଚାଳିତ କରିଆସୁଛି । ଓଡିଶା ପ୍ରଶାସନ ପକ୍ଷରୁ କୌଣସି ସହାୟତା ତଥା ଲାଇଟ, ପାଣି, ଶୌଚ ପାଇଁ କୌଣସି ବ୍ୟବସ୍ଥା ଯୋଗାଇ ଦିଆଯାଉ ନ ଥିବାରୁ କ୍ଷୋଭ ପ୍ରକାଶ କରି କହିଛନ୍ତି ସାଧୁସନ୍ଥ । ଏପରିକି ନିଜେ ସଫେଇ କାର୍ୟ୍ୟକ୍ରମ କରୁଥିବା ବେଳେ ବାହାର ରାଜ୍ୟରୁ ଆସୁଥିବା ସାଧୁସନ୍ଥଙ୍କ ରହିବା ବ୍ୟବସ୍ଥା ମଧ୍ୟ କରୁଥିବା କହିଛନ୍ତି ହରିହର ଟ୍ରଷ୍ଟ ପରିଚାଳକ ।




admin 