ଘାଟିରୁ ବସ ଖସି ଚଲିଗଲା ୧୧ ଜୀବନ
ଘାଟିରୁ ବସ ଖସି ଚଲିଗଲା ୧୧ ଜୀବନ

ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲ୍ଲା ମଣ୍ଡି ଅଞ୍ଚଳରେ ଭୟଙ୍କର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ବସଟି ଘାଟିକୁ ଖସିଯିବାରୁ ଦୁର୍ଘଟଣା ଘଟିଛି । ଅଘଟଣରେ ୧୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଆଜି ସକାଳୁ ୨୪ ରୁ ୩୦ଜଣ ଯାତ୍ରୀ ନେଇ ମିନି ବସଟି ମଣ୍ଡିରୁ ସାଉଜିୟାନ ଅଭିମୁଖେ ଯିବାବେଳେ ଏହି ଅଘଟଣ ଘଟିଛି । ବେରରି ନାଲ୍ଲାହ ରାସ୍ତାରେ ଦୁର୍ଘଟଣା ଘଟିଛି ।
ଦୁର୍ଘଟଣାର ଖବର ପାଇ ଉଦ୍ଧାରକାରୀ ଦଳ, ପୋଲିସ, ସେନା ଓ ସ୍ଥାନୀୟ ଲୋକ ସେଠାରେ ପହଞ୍ଚିଥିଲେ । ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମଣ୍ଡି ଡାକ୍ତରଖାାନରେ ଭର୍ତ୍ତି କରାଯାଇଛି । ୧୧ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି
ପୁଞ୍ଚ ସଡକ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁର୍ଘଟଣାରେ ଜୀବନ ହରାଇଥିବା ଆତ୍ମାର ସଦଗତି କାମନା କରିଛନ୍ତି ରାଷ୍ଟ୍ରପତି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।