ଘରୋଇ ହସ୍ପିଟାଲ/ କ୍ଲିନିକ ଚେତାବନୀ ଦେଲେ ମୁଖ୍ୟ ସଚିବ, କାହିଁକି ଜାଣନ୍ତୁ
ଘରୋଇ ହସ୍ପିଟାଲ/ କ୍ଲିନିକ ଚେତାବନୀ ଦେଲେ ମୁଖ୍ୟ ସଚିବ, କାହିଁକି ଜାଣନ୍ତୁ
admin
Jul 18, 2020 - 06:51
Updated: Jul 18, 2020 - 06:51
ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ଏବେ କିଛି ଶୁଣୁନାହିଁ । ତିନି ମାସ କାଁ ଭାଁ ଜଣେ ଦୁଇ ଜଣ ଲୋକ ମହାମାରୀରେ ଆକ୍ରାନ୍ତ ହେଉଥିବାବେଳେ ଏବେ ଦିନକୁ ଶହ ଶହ ସଂଖ୍ୟାରେ ସଂକ୍ରମିତ ବାହାରୁଛନ୍ତି । ରାଜ୍ୟରେ ପରିସ୍ଥିତି ଏପରି ହେଲାଣି ଯେ, ସଂକ୍ରମଣ ଦିନ କେଇଟାରେ ସବୁ ଅଙ୍କକୁ ଓଲଟପାଲଟ କରିଦେଇଛି । ପୂର୍ବରୁ ଜଣେ ଆକ୍ରାନ୍ତ ବାହାରିଲେ ତା’ର ଠିକଣା ଖୋଜି ଲୋକେ ତୁଣ୍ଡରେ ଘୋଷି ଦେଉଥିଲେ । ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଆଉ ଗଣି ହେଉନାହିଁ । ସବୁଠାରୁ ବଡ଼ କଥା ହେଲା ଏବେ ସବୁ ବର୍ଗର ଲୋକେ ସଂକ୍ରମିତ ହୋଇସାରିଲେଣି ।
ତେବେ ଅଧିକାଂଶ ସ୍ଥାନରେ ସାଧାରଣ ରୋଗୀଙ୍କୁ କରୋନା ରୋଗୀଭାବି ଚିକିତ୍ସା କରାଯାଉନାହିଁ । ଏହି ପରିପ୍ରେକ୍ଷୀରେ ଶନିବାର ରାଜ୍ୟର ଘରୋଇ ହସ୍ପିଟାଲ/ କ୍ଲିନିକଗୁଡ଼ିକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କଡ଼ା ଚେତାବନୀ ଦେଇଛନ୍ତି । ରାଜ୍ୟର ହଟସ୍ପଟ ଜିଲ୍ଲାର ରୋଗୀଙ୍କୁ ଚିକିତ୍ସା ନକଲେ ସମ୍ପୃକ୍ତ ଘରୋଇ ହସ୍ପିଟାଲ/ କ୍ଲିନିକଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ତ୍ରିପାଠୀ ଚେତାବନୀ ଦେଇଛନ୍ତି । ଚିକିତ୍ସା ନକରିବା ଏକ ନୀତିଗତ ଭୁଲ ଓ ବେଆଇନ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ଚିିକିତ୍ସା ନକଲେ ଘରୋଇ ହସ୍ପିଟାଲ/ କ୍ଲିନିକ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶଶସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ।