ଘରର କେଉଁ ଦିଗରେ ଦେବେ କେଉଁ ରଙ୍ଗ?
ଭୁବନେଶ୍ୱର : ଦିଗ ଅନୁଯାୟୀ ରଙ୍ଗ ବ୍ୟବହାର କରି ଘରର ପରିବେଶକୁ ସକାରାତ୍ମକ, ସମୃଦ୍ଧିଶାଳୀ ଏବଂ ଶାନ୍ତିପ୍ରଦ ରଖାାଇପାରିବ ସେ ସମ୍ପର୍କରେ ଜାଣନ୍ତୁ -
*ଉତ୍ତର ଦିଗରେ ନୀଳ,ଧଳା ରଙ୍ଗ ବ୍ୟବହାର କରିପାରିବେ ।
*ଉତ୍ତରପୂର୍ବ ଦିଗରେ ଜଳ ଅନୁକୂଳ ରଙ୍ଗ ତଥା ବୃହସ୍ପତିଙ୍କ ଶୁଭଦୃଷ୍ଟି ପାଇଁ ହଳଦିଆ ରଙ୍ଗ ବ୍ୟବହାର କରିହେବ ।
*ପୂର୍ବଦିଗ ଉଦିତ ସୂର୍ଯ୍ୟଙ୍କ ସ୍ଥିତି ଓ ଦକ୍ଷିଣ-ପୂର୍ବ ଅଗ୍ନି ସମ୍ପର୍କିତ ହୋଇଥିବାରୁ ଲାଲ୍, ହଳଦିଆ,କମଳା ଏବଂ କିଛି ଗୋଲାପି ରଙ୍ଗ ଉପଯୁକ୍ତ ହେବ ।
*ପଶ୍ଚିମ ଦିଗ ଶନିଙ୍କର ହୋଇଥିବାରୁ ଏହି ସ୍ଥାନ ପାଇଁ କଳା ଏବଂ ନୀଳ ରଙ୍ଗ ଶୁଭଫଳ ଦେଇଥାଏ ।
*ଦକ୍ଷିଣ ଦିଗରେ ମଙ୍ଗଳ ଅଧିପତି ଥିବାରୁ ଲାଲ ରଙ୍ଗ ଅନୁକୂଳ । ଏଠାରେ ପୃଥ୍ୱୀ ତତ୍ତ୍ୱର ରଙ୍ଗ ମଧ୍ୟ ଉପଯୋଗୀ ।
*ଉତ୍ତର-ପଶ୍ଚିମ ଦିଗ ବାୟୁ କୋଣ ତଥା ଚନ୍ଦ୍ରଙ୍କ ଅଂଚଳ ହୋଇଥିବା ଯୋଗୁଁ ଧଳା, ରୁପେଲି ସହ ହାଲକା ନୀଳ ରଙ୍ଗ ବ୍ୟବହାର କରିହେବ ।
*ଦକ୍ଷିଣ - ପଶ୍ଚିମ ପୃଥିବୀ ତତ୍ତ୍ୱର ଦିଗ ହୋଇଥିବାରୁ ସବୁଜ ରଙ୍ଗକୁ ବାଦ୍ ଦେଇ ଧୂଷର, ମାଟିଆ, ଇଷତ୍ ହଳଦିଆ ରଙ୍ଗ ଉପଯୋଗ କରିପାରିବେ ।




admin 