ଘଣ୍ଟ ବାଡେଇ, ଗ୍ୟାସ ସିଲିଣ୍ଡର ମୁଣ୍ଡେଇ ମହିଳା କଂଗ୍ରେସର ପ୍ରତିବାଦ

ଘଣ୍ଟ ବାଡେଇ, ଗ୍ୟାସ ସିଲିଣ୍ଡର ମୁଣ୍ଡେଇ ମହିଳା କଂଗ୍ରେସର ପ୍ରତିବାଦ

ଘଣ୍ଟ ବାଡେଇ, ଗ୍ୟାସ ସିଲିଣ୍ଡର ମୁଣ୍ଡେଇ ମହିଳା କଂଗ୍ରେସର ପ୍ରତିବାଦ

ଭୁବନେଶ୍ବର: ପେଟ୍ରୋଲ, ଡିଜେଲ, ଇନ୍ଧନ ଗ୍ୟାସ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ବୃଦ୍ଧି ପ୍ରତିବାଦରେ ମହିଳା କଂଗ୍ରେସର ଅଭିନବ ବିକ୍ଷୋଭ ପ୍ରଦର୍ଶନ । ଘଣ୍ଟ ବାଡେଇ, ଗ୍ୟାସ ସିଲିଣ୍ଡର ମୁଣ୍ଡେଇ କଂଗ୍ରେସର ମହିଳା କର୍ମୀମାନେ ବୁଧବାର ପ୍ରତିବାଦ କରିଛନ୍ତି ।

ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡାଙ୍କ ନେତୃତ୍ବରେ ଶତାଧିକ ମହିଳାକର୍ମୀ କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଣ୍ଟିନ ଗୋଲେଇ ଛକରେ ବିକ୍ଷୋଭ ପଦର୍ଶନ କରିଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଲୋକଙ୍କ ଉପରେ ବୋଝ ଲଦୁଛନ୍ତି । କୋରୋନା ସଂକ୍ରମଣ ସମୟରେ ସାଧାରଣ ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ସମୟରେ ତୈଳ ଦର ବୃଦ୍ଧି, ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ହୁ ହୁ ହୋଇ ବଢିଚାଲିଛି । ଏହାର ତୀବ୍ର ପ୍ରତିବାଦ କରି ମହିଳା କଂଗ୍ରେସ ଆଗକୁ ଜୋରଦାର ଲଢେଇ କରିବ ବୋଲି ସେ କହିଛନ୍ତି ।