ଗ୍ରୀସର କ୍ଲିନ ମନ୍‍ ଡେ ଫ୍ଲୋର ୱାର କାର୍ଣ୍ଣିଭାଲ

ଗ୍ରୀସର କ୍ଲିନ ମନ୍‍ ଡେ ଫ୍ଲୋର ୱାର କାର୍ଣ୍ଣିଭାଲ

ଗ୍ରୀସର କ୍ଲିନ ମନ୍‍ ଡେ ଫ୍ଲୋର ୱାର କାର୍ଣ୍ଣିଭାଲ
ଗ୍ରୀସର ଗାଲାକ୍ସିଡିରେ ଏହି ପର୍ବ ପାଳନ କରାଯାଏ । ମାର୍ଚ୍ଚ ମାସର ଆରମ୍ଭରେ ଏହାକୁ ପାଳନ କରାଯାଏ । ସେହିଦିନ ଲୋକମାନେ ନିଜ ମୁହଁରେ ପାଉଁଶ ବୋଳି ପରସ୍ପରକୁ ରଙ୍ଗୀନ ଅଟା ଫିଙ୍ଗି ଥାଆନ୍ତି । ବସ୍ତା ବସ୍ତା ଅଠା ଏଥିରେ ବ୍ୟବହୃତ ହୁଏ । ଖେଳ ସରିବା ବେଳକୁ ପ୍ରତ୍ୟେକେ ଅଟାକଳରୁ ବାହାରିବା ପରି ଦିଶନ୍ତି । ଖେଳ ଆରମ୍ଭ ହେବା ପୂର୍ବରୁ ପାଟି, ନାକ ଓ ଆଖିରେ ଅଟା ନ ପଶିବା ପାଇଁ ମାସ୍କ, ଚଷମା, ଜ୍ୟାକେଟ୍‍ ପିନ୍ଧିବା ପାଇଁ କୁହାଯାଇଥାଏ । ପ୍ରାୟ ୨୦୦ ବର୍ଷ ଧରି ଏହି ପର୍ବ ଗ୍ରୀସରେ ପାଳନ କରାଯାଉଛି । ଗାଲାକ୍ସିଡିରେ ଲୋକମାନେ ଓଟୋମାନର ଶାସକମାନଙ୍କ ବିପକ୍ଷରେ ବିଦ୍ରୋହ କରିବାକୁ ଏହି ପର୍ବ ଆରମ୍ଭ କରିଥିଲେ । ଏହାକୁ ‘ଆଶ୍‍ ମନ୍‍ ଡେ’ କୁହାଯାଏ ।