ଗୋଲ୍‌ଡେନ ବୁଟ୍‌ ଜିତିଲେ ଏମ୍‌ବାପେ

ଗୋଲ୍‌ଡେନ ବୁଟ୍‌ ଜିତିଲେ ଏମ୍‌ବାପେ

ଗୋଲ୍‌ଡେନ ବୁଟ୍‌ ଜିତିଲେ ଏମ୍‌ବାପେ

ନୂଆଦିଲ୍ଲୀ: ଫ୍ରାନ୍‌ସର ଷ୍ଟ୍ରାଇକର କିଲିଆନ୍‌ ଏମ୍‌ବାପେ ଫିଫା ଫୁଟବଲ ବିଶ୍ବକପରେ ସର୍ବାଧିକ ୮ଟି ଗୋଲ ସ୍କୋର କରିବା ସହ ଗୋଲଡେନ ବୁଟ୍‌ ପୁରସ୍କାର ହାସଲ କରିଛନ୍ତି। ଏମ୍‌ବାପେ ଅଷ୍ଟ୍ରେଲିଆ ବିପକ୍ଷରେ ୧, ଡେନମାର୍କ ବିପକ୍ଷରେ ୨ଟି, ପୋଲାଣ୍ଡ ବିପକ୍ଷରେ ୨ଟି ଓ ଫାଇନାଲରେ ଆର୍ଜେଣ୍ଟିନା ବିପକ୍ଷରେ ୩ଟି ଗୋଲ ଦେଇଥିଲେ। ଏମ୍‌ବାପେ ୮ଟି ଗୋଲ ମଧ୍ୟରୁ ୬ଟି ଫିଲ୍‌ଡ ଓ ୨ଟି ପେନାଲ୍‌ଟି ଗୋଲ୍‌ ଦେଇଛନ୍ତି। ଆର୍ଜେଣ୍ଟିନା ବିପକ୍ଷ ଫାଇନାଲରେ ଏମ୍‌ବାପେ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ ମଧ୍ୟ ଦଳକୁ ଜିତାଇ ପାରିନଥିଲେ।

ଆର୍ଜେଣ୍ଟିନା ୩୬ ବର୍ଷ ପରେ ଫିଫା ବିଶ୍ବକପ ଟ୍ରଫି ଫେରିପାଇଛି। ୧୯୭୮, ୧୯୮୬ ପରେ ଆର୍ଜେଣ୍ଟିନା ୩ୟ ଥର ପାଇଁ ବିଶ୍ବକପ ମୁକୁଟ ପିନ୍ଧିଛି। ମେସି ପ୍ରଥମ ଥର ପାଇଁ ବିଶ୍ବକପ ଟ୍ରଫି ଜିତିବାରେ ସଫଳ ହୋଇଛନ୍ତି। ୮୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଲୁସାଇଲର ଆଇକନିକ୍‌ ଷ୍ଟାଡ଼ିୟମ ଆର୍ଜେଣ୍ଟିନା ଓ ଫ୍ରାନ୍‌ସର ଜାତୀୟ ପତାକାରେ ଛାଇ ଯାଇଥିଲା। ସାରା ବିଶ୍ବର ଫୁଟବଲ ପ୍ରେମୀଙ୍କ ନଜର ଏହି ହାଇଭୋଲଟେଜ ଫାଇନାଲ ଉପରେ ରହିଥିଲା। ଫ୍ରାନ୍‌ସ ନା ଆର୍ଜେଣ୍ଟିନା; କିଏ ୩ଥର ପାଇଁ ବିଶ୍ବକପ ଜିତିବ ତାହାକୁ ନେଇ ମ୍ୟାଚ ପୂର୍ବରୁ ଉତ୍କଣ୍ଠା ବଢିବାରେ ଲାଗିଥିଲା। ଫିଫା ମାନ୍ୟତାର ୪ର୍ଥ ସ୍ଥାନରେ ଥିବା ଫ୍ରାନ୍‌ସ ଓ ୩ୟ ସ୍ଥାନରେ ଥିବା ଆର୍ଜେଣ୍ଟିନା ଭିତରୁ କିଏ ଚମ୍ପିଆନ ହେବ; ତାହାକୁ ନେଇ ପୂର୍ବାନୁମାନ କରିବା କଷ୍ଟକର ହୋଇପଡିଥିଲା। କିନ୍ତୁ ମେସିଙ୍କ ନେତୃତ୍ବାଧିନ ଆର୍ଜେଣ୍ଟିନା ଫ୍ରାନ୍‌ସ ଉପରେ ଭାରି ପଡିଥିଲା। ଆର୍ଜେଣ୍ଟିନା ବିଶ୍ବକପର ପ୍ରଥମ ମ୍ୟାଚରେ ଏସୀୟ ରାଷ୍ଟ୍ର ସାଉଦିଆରବ ନିକଟରୁ ୨-୧ ଗୋଲରେ ପରାଜିତ ହୋଇଥିଲା। ପରାଜୟରୁ ବିଶ୍ବକପ ଆରମ୍ଭ କରିଥିବା ଆର୍ଜେଣ୍ଟିନା ଚମ୍ପିଆନ ସହ ଅଭିଯାନ ଶେଷକରିଛି।