ଗାଁରେ ବୋମା ଫିଙ୍ଗି ଡକାୟତି

ଗାଁରେ ବୋମା ଫିଙ୍ଗି ଡକାୟତି

ଗାଁରେ ବୋମା ଫିଙ୍ଗି ଡକାୟତି
ପାଟଣାଗଡ: ଡକାୟତିର ଏକ ନୂଅ ତରିକା ଆପାଇଲେ ଡକାୟତ । ଗାଁରେ ବୋମା ପିଙ୍ଗି ଡକାୟତି କରିଛନ୍ତି । ଶାନ୍ତିପୁର ଗାଁ ଲୋକଙ୍କୁ ଭୟଭୀତ କରି ଡକାୟତି କରାଯାଇଛି । ଜଣଙ୍କ ଘରୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିଛନ୍ତି । ଦୁବୃର୍ତ ହାତରେ ବୋମା ଓ ବିଭିନ୍ନ ମାରଣାସ୍ତ୍ର ଧରିଥିଲେ । ଗାଁ ଲୋକଙ୍କୁ ଭୟଭୀତ କରିବାକୁ ବୋମା ଫିଙ୍ଗିଲେ । ବୋମା ଫିଙ୍ଗିବା ଫଳରେ ଗାଁର ଲୋକମାନେ ଭୟଭୀତ ହୋଇଯାଇଥିଲେ । ଘଟଣାସ୍ଥଳରେ ବଲାଙ୍ଗୀରର ସାଇଂଟିଫିକ ଟିମ ପହଂଚି ତଦନ୍ତ ଆରମ୍ଭ କରିଛି । ପୁଲିସର ୪ଟି ଟିମ ଅଭିଯୁକ୍ତଙ୍କୁ ଧରିବା ପାଇଁ ନାକାବନ୍ଦୀ କରିଛି ।