ଖୁସି ଖବର, ରାଜ୍ୟରୁ ଉଠିଲା କରୋନା କଟକଣା
ଖୁସି ଖବର, ରାଜ୍ୟରୁ ଉଠିଲା କରୋନା କଟକଣା
ଭୁବନେଶ୍ବର: ରାଜ୍ୟରୁ କୋଭିଡ କଟକଣା ଉଠାଇଲେ ରାଜ୍ୟ ସରକାର। ସର୍ବସାଧାରଣ ସ୍ଥାନରେ ଏକାଠି ହେବା, ମାସ୍କ ପିନ୍ଧିବା ଓ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇ ଦିଆଯାଇଛି। କୋଭିଡ ନିୟମ ଉଂଲ୍ଲଘନ କଲେ ଲାଗିବନି ଫାଇନ। କୋଭିଡ ସଂକ୍ରମଣ ହ୍ରାସ ପାଇଥିବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
ତେବେ ଲୋକମାନେ ଆବଶ୍ୟକ ସ୍ଥଳେ ମାସ୍କ ପିନ୍ଧିପାରିବେ। ତେବେ ସ୍ବେଚ୍ଛାକୃତ ଭାବେ ନାଗରିକମାନେ କୋଭିଡ ଆଚରଣ ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି।




admin 