ଖଟିକଲେ ଉଠାଇ ନେବ ପୁଲିସ
ଖଟିକଲେ ଉଠାଇ ନେବ ପୁଲିସ
ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ସ୍ଥାନରେ ନିଶାଡି ଆଡ୍ଡା ଜମାଉଛନ୍ତି । ଅନ୍ଧାରୁଆ ଆଳରେ ବସି ଖଟି କରୁଛନ୍ତି । ମଦ,ଗଞ୍ଜେଇ ଭଳି ନିଶାରେ ଚୁର୍ ହେବା ପରେ ଅପରାଧ ଘଟାଉଛନ୍ତି । ସହରରେ ଏଭଳି ଖୁଲୁମଖୁଲା ନିଶାସେବନ ଓ ଅପରାଧ ରୋକିବା ଲାଗି ପୁଲିସ ଅଣ୍ଟା ଭିଡିଛି । ସବୁ ଥାନା ଅଧିକାରୀଙ୍କୁ ପୁଲିସ ଉପାୟୁକ୍ତ ପ୍ରତୀକ ସିଂହଙ୍କ ନିର୍ଦେଶ ପରେ ରାଜଧାନୀର ବିଭିନ୍ନ ଖଟି ଅଞ୍ଚଳରେ ଚଢାଉକରି ପୁଲିସ ୨୬ଜଣଙ୍କୁ ଉଠାଇ ଆଣିଛି ।
ଅନେକଙ୍କୁ ତଦନ୍ତପରିସର ଭୂକ୍ତ କରାଯାଥିବା ବେଳେ ଆଉ କେତେ ଜଣଙ୍କ ପାଖରୁ ଜରିମାନା ଆଦେୟ ହୋଇଛି । ଗତକାଲି ସାଲିଆସାହିରେ ଖଟି କରୁଥିବା ୭ଜଣଙ୍କ ମଧ୍ୟରୁ ୪ଜଣଙ୍କୁ ପୁଲିସ କାବୁ କରଥିବା ବେଳେ ଆଉ ୩ଜଣ ଫେରାର ହୋଇଯାଇଛନ୍ତି । ଏହି ୪ଜଣଙ୍କୁ ଅଟକ ରଖି ପଚାରୁଚରା ସମୟରେ ସେମାନେ ଡକାୟତି ପାଇଁ ଯୋଜନା କରୁଥିବା ମାନିଛନ୍ତି । ଏହି ଖଟିକୁ ରୋକିବାକୁ ପୁଲିସ ରାତିରେ ପେଟ୍ରୋଲିଂ କରି ଚଢାଉ କରୁଥିବାରୁ କିଛିଦିନ ଖଟି ବନ୍ଦ ଥିଲା ।




admin 