କ୍ଷେତର ନଡ଼ା ପୋଡ଼ିବାକୁ ଯାଇଥିଲେ, ଜିଅନ୍ତା ଜଳିଗଲେ ଚାଷୀ

କ୍ଷେତର ନଡ଼ା ପୋଡ଼ିବାକୁ ଯାଇଥିଲେ, ଜିଅନ୍ତା ଜଳିଗଲେ ଚାଷୀ

କ୍ଷେତର ନଡ଼ା ପୋଡ଼ିବାକୁ ଯାଇଥିଲେ, ଜିଅନ୍ତା ଜଳିଗଲେ ଚାଷୀ
ସିନାପାଲି: କ୍ଷେତରେ ପଡ଼ିଥିବା ନଡ଼ାକୁ ପୋଡ଼ିବାକୁ ଯାଇଥିଲେ । ହେଲେ ହଠାତ ନିଅାଁ ଚାରିଆଡ଼କୁ ବ୍ୟାପିଯିବାରୁ ତା ମଧ୍ୟରୁ ବାହାରିପାରିଲେ ନାହିଁ । ଜିଅନ୍ତା ଜଳିଗଲେ ନୂଆପଡ଼ା ଜିଲ୍ଲା ସିନାପାଲିର ଚାଷୀ ନିଳାମ୍ବର ମେହେର (୫୫ ବର୍ଷ) । ପୁଲିସ ସୂତ୍ରରୁ ପ୍ରକାଶ ଯେ, ସିନାପାଲି ବ୍ଲକ ସିନାପାଲି ଗ୍ରାମର ନୀଳାମ୍ବର ରବିବାର ତାଙ୍କ ଚାଷ ଜମିର ନଡ଼ା ପୋଡ଼ିବାକୁ ଯାଇଥିଲେ । ଶୁଖିଲା ନଡ଼ାରେ ନିଅାଁ ଲଗାଇବା ମାତ୍ରେ ପବନରେ ନିଅାଁ ସବୁଆଡ଼କୁ ବ୍ୟାପି ଯାଇଥିଲା । କିଡନୀରୋଗୀ ହୋଇଥିବାରୁ ନୀଳାମ୍ବର ସେହି ଧୂଅାଁ ଓ ନିଅାଁ ଘେରକୁ ବାହାରି ପାରିନଥିଲେ ଓ ପଡ଼ିଯାଇଥିଲେ । ତାଙ୍କ ଦେହରେ ନିଅାଁ ଲାଗିଯାଇଥିଲା । ଧୂଅାଁ ଓ ନିଅାଁ ଦେଖି ସେତେବେଳକୁ ସେ ପୋଡ଼ି ଯାଇଥିଲେ । ଗ୍ରାମବାସୀ ତୁରନ୍ତ ସିନାପାଲି ଅଗ୍ନିଶମ ବିଭାଗ ଓ ପୁଲିସକୁ ଖବର ଦେଇଥିଲେ । ଦମକଳ ବାହିନୀ ପହଞ୍ଚି ନିଅାଁକୁ ଆୟତ୍ତ କରିଥିଲେ । ଘଟଣାସ୍ଥରେ ସିନାପାଲି ପୁଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।