କ୍ଷମା ମାଗିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହିଁକି

କ୍ଷମା ମାଗିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହିଁକି

କ୍ଷମା ମାଗିଲେ  ବ୍ରିଟେନ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହିଁକି


ବ୍ରିଟେନ : କାରର ସିଟ୍‌ ବେଲ୍ଟ ବାନ୍ଧି ନଥିବାରୁ  ବ୍ରିଟେନ ପ୍ରଧାନମନ୍ତ୍ରୀ ନିଜ ଭୁଲ ସ୍ୱୀକାର କରି କ୍ଷମା ମାଗିଛନ୍ତି । ପ୍ରଧାନମନ୍ତ୍ରୀ ଋଷି ସୁନକ ଉତ୍ତର-ପଶ୍ଚିମ ଇଂଲଣ୍ଡର କେଣସି ଏକ ସ୍ଥାନକୁ କାରରେ ବସି ଯିବା ବେଳେ ସାମାଜିକ ଗଣମାଧ୍ୟମ ପାଇଁ ଭିଡିଓ କ୍ଲିପଟିଏ ସୁଟିଙ୍ଗ୍‌ କରୁଥିଲେ ।  ଏଥିପାିଁ ସେ କିଛି ସମୟ ପାଇଁ  ସିଟ୍‌ ବେଲଟ୍‌ ଖୋଲି ଦେିଥିଲେ । ଏହାକରି ସେ  ଭୁଲ୍‌ କରିଥିବା ସ୍ୱୀକାର କରଛନ୍ତି । ,ତଇପାଇଁ ସେ କ୍ଷମା ଭିକ୍ଷା କରିଛନ୍ତି  । 

ପ୍ରଧାନମନ୍ତ୍ରୀ ସୁନକଙ୍କ ମୁଖପାତ୍ର କହିଛନ୍ତି, ଇଂଲଣ୍ଡର ଉତ୍ତରାଞ୍ଚଳ ଗସ୍ତ ସମୟରେ ସାମାଜିକ ଗଣମାଧ୍ୟମ ନିମନ୍ତେ ଭିଡିଓ କ୍ଲିପ୍‌ ସୁଟିଙ୍ଗ୍‌ କରିବା ଲାଗି ସେ ସ୍ୱଳ୍ପ ସମୟ ପାଇଁ ସିଟ୍‌ ବେଲଟ୍‌ ଖୋଲି ପକାଇ ଭୁଲ୍‌ କରିଛନ୍ତି । ‘ପଲିଟିକୋ’ ରିପୋର୍ଟ ଅନୁସାରେ, ‘ଇନଷ୍ଟାଗ୍ରାମ୍‌?’ ନିମନ୍ତେ ରେକର୍ଡ କରାଯାଇଥିବା ଉକ୍ତ କ୍ଲିପରେ ସୁନକ୍‌ ଚଳନ୍ତା ଗାଡିରେ ଯାଉଥିବା ବେଳେ ସୁରକ୍ଷା ଉପକରଣ ବିନା କ୍ୟାମେରା ସମ୍ମୁଖରେ କଥା କହୁଥିଲେ ।

ବ୍ରିଟିସ୍‌ ଆଇନ ଅନୁସାରେ, ଗାଡି ଚାଲୁଥିବା ଅବସ୍ଥାରେ ସିଟ୍‌ ବେଲଟ୍‌ ନ ପିନ୍ଧିଥିଲେ ୫୦୦ ପାଉଣ୍ଡ୍‌ ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡେ  । ଅବଶ୍ୟ ଜରୁରୀକାଳୀନ ସେବା ପ୍ରଦାନକାରୀ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଜରିମାନା ଛାଡ କରାଯିବାର ବ୍ୟବସ୍ଥା ରହିଛି । ସରକାରୀ କାରରେ ଯାଉଥିବାରୁ ସୁନକଙ୍କୁ ଜରିମାନା ଛାଡ କରାଯାଏ କି ବୋଲି ପଚାରିବାରୁ ମୁଖପାତ୍ର ସାମ୍ବାଦିକମାନଙ୍କୁ କହିଲେ, ଭୁଲ୍‌ବଶତଃ ସେ ଏମିତି କରିପକାଇଛନ୍ତି ଓ ସେଥିପାଇଁ କ୍ଷମା ପ୍ରାର୍ଥନା ବି କରିଛନ୍ତି  । ପୂର୍ବରୁ କରୋନାଭାଇରସ୍‌ ନିୟମ ଉଲ୍ଲଂଘନ କରି ପୁଲିସକୁ ଜରିମାନା ଦେଇଥିବା ସୁନକ ଏହି ଘଟଣାକୁ ଭୁଲ୍‌ ବୋଲି ମାନିନେବା ସହିତ କ୍ଷମା ମାଗିଛନ୍ତି । ଅନ୍ୟପଟେ ସୁନକଙ୍କ ନିଜସ୍ୱ ‘ଇନ୍‌ଷ୍ଟାଗ୍ରାମ୍‌’ ଆକାଉଣ୍ଟରେ ପୋଷ୍ଟ୍‌ ହୋଇଥିବା ଉକ୍ତ ଭିଡିଓ କ୍ଲିପଟିକୁ ଡିଲିଟ୍‌ କରାଯାଇଛି  ।