କୋଟିଆ ପାଇଁ ଏକାଠି ହେଲେ ବିଜେପି, କଂଗ୍ରେସ

କୋଟିଆ ପାଇଁ ଏକାଠି ହେଲେ ବିଜେପି, କଂଗ୍ରେସ

କୋଟିଆ ପାଇଁ ଏକାଠି ହେଲେ ବିଜେପି, କଂଗ୍ରେସ
ଭୁବନେଶ୍ୱର: ଓଡିଶାରେ ଆନ୍ଧ୍ରର ନିର୍ବାଚନକୁ ବିରୋଧ କରି ବିଜେପି ଓ କଂଗ୍ରେସ ଏକାଠି ହୋଇଛନ୍ତି । କୋରାପୁଟର କୁନ୍ଦୁଲିରେ ଦୁଇ ଦଳ ନେତା ଓ କର୍ମୀଙ୍କ ଏନଏଚ ୨୬ ଅବରୋଧ କରିଛନ୍ତି । ବିଜେପିର ଜୟରାମ ପାଙ୍ଗୀ, ଗୌତମ ସାମନ୍ତରାୟ ରାସ୍ତାରୋକରେ ସାମିଲ ହୋଇଛନ୍ତି । ସେହିପରି କଂଗ୍ରେସ ନେତା ପ୍ରଦୀପ ମାଝୀ ଓ ରାମଚନ୍ଦ୍ର କାଡାମ ମଧ୍ୟ ସାମିଲ ହୋଇଛନ୍ତି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଅପାରତାକୁ ଦାୟୀ କରି ରାସ୍ତାରୋକ କରିଛନ୍ତି । ଏନଏଚ ୨୬ର ଉଭୟ ପାଶ୍ୱର୍ରେ ଶହ ଶହ ଗାଡି ଅଟକି ରହିଛି । ପୂର୍ବରୁ କୋଟିଆରେ କୋରାପୁଟ ଜିଲ୍ଲାପାଳ ଓ ଏସପିଙ୍କୁ ବିଜେପି ଘେରିଥିଲା । ଗୌତମ ସାମନ୍ତରାୟଙ୍କ ନେତୃତ୍ୱ ଜିଲ୍ଲାପାଳ ଓ ଏସପିଙ୍କୁ ଘେରିଥିଲା ବିଜେପି ।