କୋରାପୁଟରେ ପୁଣି ବ୍ୟାପୁଛି ଝାଡ଼ାବାନ୍ତି
କୋରାପୁଟରେ ପୁଣି ବ୍ୟାପୁଛି ଝାଡ଼ାବାନ୍ତି
କୋରାପୁଟ: କୋରାପୁଟ ଜିଲ୍ଲାରେ ପୁଣି ଭୟ ସୃଷ୍ଟି କରିଛି ଝାଡ଼ାବାନ୍ତି । ଗତ ଚାରିଦିନ ମଧ୍ୟରେ କୋରାପୁଟ ବ୍ଲକ ଅନ୍ତର୍ଗତ ମସ୍ତିପୁଟ ଗ୍ରାମରେ ୧୬ ଜଣ ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେମାନଙ୍କ ସ୍ଥିତି ନିୟନ୍ତ୍ରଣ ଥିବା କୋରାପୁଟ ସିଡିଏମଓ ଅରୁଣ ପାଢ଼ୀ ସୂଚନା ଦେଇଛନ୍ତି ।
ଏନେଇ ସିଡିଏମଓ କହିଛନ୍ତି, "ଚିକିତ୍ସିତ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣଙ୍କୁ ଘର ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ତିନିଜଣ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ ପାଣିର ନମୁନା ସଂଗ୍ରହ କରିବାସହ ଏହାର କାରଣ ସମ୍ପର୍କରେ ଅନୁଧ୍ୟାନ କରାଯାଉଛି । ଏହା ସଂକ୍ରମଣ ସ୍ଥିତିରେ ନାହିଁ ।" ଅପରପକ୍ଷରେ ଗତ କିଛିଦିନ ପୂର୍ବେ ଦଶମନ୍ତପୁର ବ୍ଲକରେ ବ୍ୟାପିଥିବା ଝାଡାବାନ୍ତି ବର୍ତ୍ତମାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଥିବା ସେ ସ୍ପଷ୍ଟ କରିଛନ୍ତି ।




admin 