କୁହୁଡ଼ିରେ ଢ଼ାଙ୍କି ହେବ ଓଡ଼ିଶା

କୁହୁଡ଼ିରେ ଢ଼ାଙ୍କି ହେବ ଓଡ଼ିଶା

କୁହୁଡ଼ିରେ ଢ଼ାଙ୍କି ହେବ ଓଡ଼ିଶା
ଭୁବନେଶ୍ୱର: ଆସନ୍ତା ୨ ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟ କୁହୁଡ଼ି ଚାଦରରେ ଢ଼ାଙ୍କି ହେବ । ବିଶେଷ କରି ଉପକୂଳ ଓଡ଼ିଶାରେ କୁହୁଡିର ପ୍ରଭାବ ଅଧିକ ରହିବ । ଏଥିପାଇଁ ଆଜି ଘନକୁହୁଡ଼ିର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିଲା । ରାଜ୍ୟର ଉପକୂଳ ଅଞ୍ଚଳରେ ଏକ ଗୁରୁଚାପ ବଳୟ ରହୁଥିବାରୁ ଏହାର ପ୍ରଭାବରେ ଘନ କୁହୁଡ଼ିର ସମ୍ଭାବନା ରହିଛି ବୋଲି କେନ୍ଦ୍ର କହିଛନ୍ତି । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, କନ୍ଧମାଳ, ବୌଦ୍ଧ, ଅନୁଗୁଳ ଓ ଢେ଼ଙ୍କାନାଳ । କେନ୍ଦ୍ର କହିଛି ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ମୁଖ୍ୟତଃ ଭାବେ ଶୁଖିଲା ରହିଛି । ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୧୧.୫ ଡିଗ୍ରୀ ରହିଥିବା ବେଳେ ସର୍ବୋଚ୍ଚ ତାପମାତ୍ରା ଅନୁଗୁଳ ଠାରେ ୩୪.୧ ଡିଗ୍ରୀ ରେକର୍ଡ କରାଯାଇଛି । ତେଣୁ ଆକଳନ ଅନୁଯାୟୀ ରାଜଧାନୀ ଭୁବନେଶ୍ୱରରେ ଅତି ଘନ କୁହୁଡ଼ି ପଡିଥିବା ଜଣାପଡ଼ିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ।