କୁଳାଙ୍ଗାର ପୁଅ ବାପାକୁ ହାଣି ବିଭତ୍ସ ଭାବେ ହତ୍ୟା କରିଛି
କୁଳାଙ୍ଗାର ପୁଅ ବାପାକୁ ହାଣି ବିଭତ୍ସ ଭାବେ ହତ୍ୟା କରିଛି

ବାଲେଶ୍ୱର: ଜଣେ କୁଳାଙ୍ଗାର ପୁଅ ବାପାକୁ ହାଣି ବିଭତ୍ସଭାବେ ହତ୍ୟା କରିଛି । ବାଲେଶ୍ୱର ଜିଲ୍ଲା ଔପଦା ଥାନା ଫତେପୁର ପଂଚାୟତ ପାଇକପଡା ଗାଁରେ ଘଟିଛି ଏହି ଅଭାବନୟ ଘଟଣା । ମଦ ନିଶାରେ ବାପାକୁ ହାଣିଲା ପୁଅ । ଅଭିଯୁକ୍ତ ପୁଅର ଗୋଡ ହାତ ବାନ୍ଧି ପୋଲିସକୁ ଖବର ଦେଲେ ଗାଁଲୋକ । ଗତକାଲି ରାତିରେ ପୁଅ ଶ୍ରୀକାନ୍ତ ନାଇକି ମଦ ପିଇ ଘରକୁ ଆସି ବାପା ସହ ପାଟିତୁଣ୍ଡ କରି ଏଭଳି ଘଟଣା ଘଟାଇଥିବା ଗାଁଲୋକ କହିଛନ୍ତି । ଗତକାଲି ରାତିରେ ଏହି ଗ୍ରାମର ୩୫ ବର୍ଷୀୟ ଶ୍ରୀକାନ୍ତ ନାଇକି ତାଙ୍କ ବାପା ୬୫ ବର୍ଷୀୟ ଅନାମ ନାୟକଙ୍କୁ କଟୁରିରେ ବିଭତ୍ସ ଭାବେ ହାଣି ହତ୍ୟା କରିଛି । ଅଭିଯୁକ୍ତ ପୁତ୍ର ଶ୍ରୀକାନ୍ତ ବାପା ଅନାମ କୁ ଭତ୍ତା ଟଙ୍କା ମାଗି ଥିଲେ ସେ ନ ଦେବାରୁ ଏପ୍ରକାର ଘଟଣା ଭିଆଇଛି ବୋଲି ଥାନା ଆଇଆଇସି କହିଛନ୍ତି । ଆଜି ସକାଳେ ଗ୍ରାମ ବାସୀ ମାନେ ଦେଖି ଅଭିଯୁକ୍ତ ଶ୍ରୀକାନ୍ତ କୁ ଗୋଡ଼ ହାତ ବାନ୍ଧି ପକାଇ ଦେଇ ପୋଲିସକୁ ଖବର ଦେଇ ଥିଲେ । ପୋଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖିଥିବା ଜଣାଯାଇଛି ।