କୁକୁଡ଼ାଖଣ୍ଡି ଗ୍ରାମରେ ବିସ୍ଫୋରଣ ଘଟିଛି , ବିସ୍ଫୋରଣରେ ୨ ମୃତ, ୩ ଗୁରୁତର

କୁକୁଡ଼ାଖଣ୍ଡି ଗ୍ରାମରେ ବିସ୍ଫୋରଣ ଘଟିଛି , ବିସ୍ଫୋରଣରେ ୨ ମୃତ, ୩ ଗୁରୁତର

କୁକୁଡ଼ାଖଣ୍ଡି ଗ୍ରାମରେ ବିସ୍ଫୋରଣ ଘଟିଛି , ବିସ୍ଫୋରଣରେ ୨ ମୃତ, ୩ ଗୁରୁତର
ବ୍ରହ୍ମପୁର: ସ୍ଥାନୀୟ ସଦର ଥାନା କୁକୁଡ଼ାଖଣ୍ଡି ଗ୍ରାମରେ ବିସ୍ଫୋରଣ ଘଟିଛି । ଏଥିରେ ୨ ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଗୋଟିଏ ଘର ଭିତରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ବିସ୍ଫୋରଣ ଯୋଗୁଁ ଜଣଙ୍କର ଘଟଣା ସ୍ଥଳରେ ମୃତୁ୍ୟ ହୋଇଥିଲା । ଅନ୍ୟ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତୁ୍ୟ ହୋଇଛି । ମୃତକ ଦୁଇ ଜଣ ହେଲେ ସନ୍ତୋଷ କୁମାର ଓ ସୁରଜ ପାତ୍ର । ଅନ୍ୟ ୩ ଜଣ ଏମକେସିଜିରେ ଚିକିତ୍ସାଧୀନ ଅଛନ୍ତି । ତେବେ କେଉଁଥି ପାଇଁ ବିସ୍ଫୋରଣ ଘଟିଲା ସେ ବିଷୟରେ ଖବର ଲେଖାସୁଦ୍ଧା କିଛି ଜଣାପଡ଼ିନଥିବାବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।