କୁକୁଡ଼ା ଲଢେ଼ଇକୁ ନେଇ ପୁଲିସ ଉପରେ ଆକ୍ରମଣ

କୁକୁଡ଼ା ଲଢେ଼ଇକୁ ନେଇ ପୁଲିସ ଉପରେ ଆକ୍ରମଣ

କୁକୁଡ଼ା ଲଢେ଼ଇକୁ ନେଇ ପୁଲିସ ଉପରେ ଆକ୍ରମଣ
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ହାଟରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ସାପ୍ତାହିକ ହାଟରେ ସବୁବେଳେ କୁକୁଡ଼ା ଲଢେ଼ଇ ଚାଲୁଥିବାବେଳେ ଏହାକୁ ପୁଲିସ ବନ୍ଦ କରିବାରୁ ସ୍ଥାନୀୟ ଲୋକମାନେ ଉତେଜିତ ହୋଇ ପୁଲିସ ଉପରେ ଆକ୍ରମଣ କରିବାକୁ ବି ପଛାଇନାହାନ୍ତି । ଉତ୍ୟକ୍ତ ଲୋକ ଢେ଼ଲା ପଥର ମାଡ଼ କରିବାରୁ ପୁଲିସ ଗାଡ଼ି ମଧ୍ୟ ଭାଙ୍ଗିଯାଇଛି । ଏମିତିକି ଥାନା ଅଧିକାରୀ ପଦ୍ମାଳୟା ସାହୁ ଆହତ ମଧ୍ୟ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ପଣ୍ଡାପଡ଼ା ଥାନା ନିକଟରେ ଥିବା ସାପ୍ତାହିକ ହାଟ ପଡ଼ିଆରେ ପ୍ରତି ବୁଧବାର କୁକୁଡ଼ା ଲଢେ଼ଇ ହୋଇଥାଏ । କୁକୁଡ଼ା ଲଢେ଼ଇ ସାଙ୍ଗକୁ ଜୁଆ ଖେଳ ବି ହୁଏ । ପୁଲିସ ଏ ବିଷୟରେ ଅବଗତ ଥିଲେ ବି କୌଣସି ପଦକ୍ଷେପ ନେଉନଥିଲା । କିନ୍ତୁ ଗତକାଲି ହଠାତ କୁକୁଡ଼ା ଲଢେ଼ଇ ବନ୍ଦ କରିବାକୁ ପୁଲିସ ହାଟରେ ପହଁଚିଥିଲେ । ଫଳରେ ସ୍ଥାନୀୟ ଲୋକଙ୍କ ମନରେ ଉତେଜନା ପ୍ରକାଶ ପାଇଥିଲା । ସେମାନେ ପୁଲିସକୁ ଠେଲାପେଲା କରିବା ସହ ଢେ଼ଲାପଥର ବି ମାଡ଼ କରିଥିଲେ ।