କିନ୍ନରଙ୍କ ଗଳାକାଟି ହତ୍ୟା
କିନ୍ନରଙ୍କ ଗଳାକାଟି ହତ୍ୟା
ସମ୍ବଲପୁର : ସମ୍ବଲପୁର ଗୋଡ଼ଭଗା ଗୋଶାଳା ଅଞ୍ଚଳରେ ଜଣେ କିନ୍ନରଙ୍କୁ ତଣ୍ଟି କାଟି ବୀଭତ୍ସ ଭାବେ ହତ୍ୟା କରାଯାଇଛି। କିନ୍ନର ଜଣଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି। କିନ୍ନର ଜଣକ କଦମପଡାର ହୋଇଥିବା ବେଳେ ତାଙ୍କ ନାଁ ଫିରୋଜ ଛତ୍ରିଆ। କେହି ଏକ ଧାରୁଆ ଅସ୍ତ୍ରରେ ବେକ କାଟି ନୃଶଂସ ଭାବେ ହତ୍ୟା କରିଥିବା ଜଣାପଡିଛି।
ବୁଧବାର ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବା ବେଳେ ଆଜି ସକାଳୁ ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ସେପଟେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି।




admin 