କାର ଧକ୍କାରେ ଜଣେ ମହିଳା ଶ୍ରମିକ ସହ ବାଇକ ଚାଳକ ଗୁରୁତ୍ତର

କାର ଧକ୍କାରେ ଜଣେ ମହିଳା ଶ୍ରମିକ ସହ ବାଇକ ଚାଳକ ଗୁରୁତ୍ତର

କାର ଧକ୍କାରେ ଜଣେ ମହିଳା ଶ୍ରମିକ ସହ ବାଇକ ଚାଳକ ଗୁରୁତ୍ତର
ବାରିପଦା(ଦିଲ୍ଲୀପ ମହାନ୍ତି)-୩୧ ତମ ଜାତୀୟ ସଡ଼କସୁରକ୍ଷା ସପ୍ତାହ ଜାନୁଆରୀ ୧୭ରେ ଉଦଯାପିତ ହୋଇଯାଇଛି । ଉକ୍ତ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଅଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସଡ଼କ ଦୁର୍ଘଟଣା ରୋକିବା ଦିଗରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଇଥିଲେ ମଧ୍ୟ ସଡ଼କ ଦୁର୍ଘଟଣା କମିବାର ନାମ ଧରୁ ନାହିଁ । ଗତ ଜାନୁଆରୀ ୧୮ ରାତିରେ ବାରିପଦା ଜଳେଶ୍ୱର ୬୧ ନମ୍ବର ରାଜ୍ୟ ରାଜପଥର ଶଙ୍ଖାଭଙ୍ଗା ଛକ ନିକଟରେ ଅଜଣା ଗାଡ଼ି ବାଇକକୁ ଧକ୍କା ଦେବାରୁ ବାଇକ ଚାଳକ ଶଙ୍ଖାଭଙ୍ଗା ପଞ୍ଚାୟତ ଷଢେ଼ଇକଳା ଗ୍ରାମର କାଲା ମାର୍ଣ୍ଡି(୫୦)ଙ୍କ ମୃତୁ୍ୟ ହୋଇଥିଲା । ସେହିପରି ଜାନୁଆରୀ ୧୯ରେ ଉକ୍ତ ରାସ୍ତାର ନିଚୁଆପଦା ନିକଟରେ ସୁବ୍ରତ ପଣ୍ଡା ନାମକ ଜଣେ ପୁଲିସ କର୍ମଚାରୀ ସଡ଼କ ଦୁର୍ଘଟଣାରେ ଆହତ ହୋଇ ବାରିପଦା ମେଡ଼ିକାଲରେ ଭର୍ତ୍ତି ହୋଇଥିବା ବେଳେ ପୁଣି ଜାନୁଆରୀ ୨୦ ଅପରାହ୍ନରେ ସେହି ବାରିପଦା ଜଳଶ୍ୱେର ରାଜ୍ୟ ରାଜପଥର ଜମ୍ଭୀରାଡ଼ିହା ଛକ ନିକଟରେ ଏକ ଅଜଣା କାର ସାଇକେଲ ଚାଳକକୁ ଧକ୍କା ଦେବାରୁ ୩ ଜଣ ଗୁରୁତ୍ତର ଆହତ ହୋଇ ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ । ଏଥି ସହିତ ଜାନୁଆରୀ ୨୨ ନିଛୁଆପଦା ଛକ ନିକଟରେ ଏକ କାର ଧକ୍କାରେ ଜଣେ ମିହିଳା ଶ୍ରମିକ ସହ ବାଇକ ଚାଳକ ଗୁରୁତ୍ତର ଭାବେ ଆହତ ହୋଇ ବାରିପଦା ପିଆରଏମ ମେଡ଼ିକାଲରେ ଚିକିତ୍ସିତ ହେଉଥିବାର ଜଣାପଡ଼ିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବାରିପଦା ସଦର ଥାନା ଅନ୍ତର୍ଗତ ବାରିପଦା-ଜଳେଶ୍ୱର ରାଜ୍ୟ ରାଜପଥର ନିଚୁଆପଦା ଛକ ନିକଟରେ ଆଜି ଅପରାହ୍ନରେ ସ୍ଥାନୀୟ ଅଞ୍ଚଳର ରୀନା ବେହେରା ଶ୍ରମିକ ଭାବେ କାର୍ଯ୍ୟକରିବା ନିମନ୍ତେ ଅମର୍ଦ୍ଧା ଯାଇ ରିଙ୍କୁ ପିଙ୍କୁ ବସରେ ଘରକୁ ଫେରି ଆସି ନିଚୁଆପଦା ବସ ଷ୍ଟେଣ୍ଡରେ ଉହ୍ଲାଇ ରାସ୍ତା ପାରି ହେଉଥିବା ବେଳେ ବାରିପଦା ପଟୁ ଓଡ଼ି ୦୧ ଏଇ ନମ୍ବର ବିଶିଷ୍ଟ କାର ରୀନା ବେହେରାଙ୍କୁ ପ୍ରଥମେ ଧକ୍କା ଦେଇଥିଲା ଖସି ପଳାଇ ଯିବାକୁ ଉଦ୍ୟମ କରୁଥିବା ସମୟରେ ସମ୍ମୁଖରୁ ମୋରଡ଼ା ତହସିଲର ଏଆରଆଇ ଭାବେ କାର୍ଯ୍ୟକରୁଥିବା ରାସଗୋବିନ୍ଦପୁର ଥାନା ଟିକାୟତପୁର ଅଞ୍ଚଳର ସୁଶାନ୍ତ କୁମାର ପ୍ରଧାନ ବାରିପଦା ଭଡ଼ା ଘରକୁ ବାଇକରେ ଫେରୁଥିବା ବେଳେ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ମହିଳା ଶ୍ରମିକ ରୀନା ବେହେରା ସହ ବାଇକ ଚାଳକ ଏଆରଆଇ ସୁଶାନ୍ତ କୁମାର ପ୍ରଧାନ ଗୁରୁତ୍ତର ଭାବେ ଆହତ ହøାଇଥିଲେ । ଆହତ ଦୁଇ ଜଣଙ୍କୁ ବାରିପଦା ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି । ଏଥି ସହିତ କାର ସହ କାର ଚାଳକ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଞ୍ଚଳର ପଙ୍କଜ କୁମାର ସେନାପତିଙ୍କୁ ସ୍ଥାନୀୟ ଲୋକେ ଧରି ବାରିପଦା ସଦର ଥାନା ପୁଲିସ ଜିମାରେ ଦେଇଛନ୍ତି । ଖବର ପାଇ କାର ମାଲିକ ମଧ୍ୟ ଥାନାରେ ପହଁଞ୍ଚିଥିବାର ସୂଚନା ମିଳିଛି ।