କାନପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୬ ମୃତ

କାନପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୬ ମୃତ

କାନପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୬ ମୃତ
କାନପୁର : ଉତ୍ତରପ୍ରଦେଶର କାନପୁରରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଭୋଗନୀପୁର କୋତବାଲୀ ଅନ୍ତର୍ଗତ ମଉଖାସ ଗାଁ ନିକଟରେ ମୁଗଲ ରାସ୍ତାକଡକୁ ଭାରସାମ୍ୟ ହରାଇ ଏକ ଟ୍ରକ ଓଲଟି ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ଜଣାପଡିଛି। ଏହାସହ ୧୩ ଜଣ ଆହତ ମଧ୍ୟ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାର୍ଥମିକ ଚିକିତ୍ସା ପରେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ଯାତ୍ରୀମାନେ ଘାଟମପୁର ଥାନା ଅନ୍ତର୍ଗତ ବରନାବ ଗାଁର ବାସିନ୍ଦା ହୋଇଥିବା ବେଳେ ଟ୍ରକରେ ଆଳୁ ଆଣିବାକୁ ସିରସାଗଞ୍ଜ ଯାଉଥିଲେ। ଚାଳକଙ୍କର ଗାଡି ଉପରୁ ନିୟନ୍ତ୍ରଣ ହଟିବାରୁ ଟ୍ରକଟି ରାସ୍ତା କଡକୁ ଓଲଟି ପଡିଥିଲା। ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଟ୍ରକରୁ ମୃତାହତଙ୍କୁ ଉଦ୍ଧାର କରିଥିଲେ।