କାର୍ୟ୍ୟରେ ଅବହେଳା ହେତୁ ଅଧିକ୍ଷଣ ଯନ୍ତ୍ରୀ ନିଲମ୍ବତ
ସମ୍ବଲପୁର: କାର୍ୟ୍ୟରେ ଅବହେଳା ହେତୁ ସମ୍ବଲପୁର ପୂର୍ତ୍ତ ବିଭାଗର ଡିଭିଜନ-୧ ଅଧିକ୍ଷଣ ଯନ୍ତ୍ରୀ ସମ୍ବିତ ନାୟକ ନିଲମ୍ବିତ ହୋଇଛନ୍ତି। ଜିଲ୍ଲାରେ ନିମ୍ନ ମାନର କାର୍ୟ୍ୟ ସହ ବିଭିନ୍ନ ପ୍ରକଳ୍ପରେ କାମ ନହୋଇ ପଡ଼ି ରହିଥିବା ଅଭିଯୋଗ ହୋଇଛି।
ତାଙ୍କ ବିରୋଧରେ ଆହୁରି ବି ଅଭିଯୋଗ ହୋଇଛି ଯେ ଜିଲ୍ଳାରେ ମଦର ଆଣ୍ଡ୍ ଚାଇଲ୍ଡ ହସ୍ପିଟାଲ୍ର ବିଲ୍ଡିଂ ତିଆରି କାମ ସମ୍ବିତ ତୁଲାଉଥିଲେ। କାମ ୧୫ ତାରିଖ ମଧ୍ୟରେ ସରିବାର ଥିଲା। ମାତ୍ର ଏଯାଏ ବି କାମ ସେପରି ପଡ଼ିରହିଛି। ଏ ନେଇ ତାଙ୍କୁ ପୂର୍ବରୁ ବିଭାଗ ପକ୍ଷରୁ ତାଗିଦ କରାଯାଇଥିବା ବେଳେ ଗତକାଲି ନିଲମ୍ବିତ କରାଯାଇଛି।




admin 