କରୋନା ଦ୍ୱିତୀୟ ଲହରୀ : ଭୁବନେଶ୍ୱରରେ ଲାଗୁ ହେବ ଏହି ନୂଆ କଟକଣା

କରୋନା ଦ୍ୱିତୀୟ ଲହରୀ : ଭୁବନେଶ୍ୱରରେ ଲାଗୁ ହେବ ଏହି ନୂଆ କଟକଣା

କରୋନା ଦ୍ୱିତୀୟ ଲହରୀ : ଭୁବନେଶ୍ୱରରେ ଲାଗୁ ହେବ ଏହି ନୂଆ କଟକଣା
ଭୁବନେଶ୍ୱର: କରୋନା ଦ୍ୱିତୀୟ ଲହରୀ ଆରମ୍ଭ ହୋଇଗଲା । ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା। ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି । ବର୍ତ୍ତମାନ ସ୍କୁଲ ଓ କଲେଜରେ କରୋନା ସଂକ୍ରମିତ ଚିହ୍ନଟ ଖବର ସାମନାକୁ ଆସୁଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ରାଜଧାନୀ ଭୁବନେଶ୍ୱରରେ କରୋନା ପୁନଃ ସଂକ୍ରମଣ ପାଇଁ ବିଏମ୍‌ସି ନୂଆ କୋଭିଡ୍‌ ଗାଇଡ୍ ଲାଇନ୍ ଜାରି କରିଛି । ଆସନ୍ତା ଏପ୍ରିଲ ୬ତାରିଖରୁ ଲାଗୁ ହେବ ଏହି ନୂଆ କଟକଣା। ବିବାହ କାର୍ୟ୍ୟରେ ୧୦୦ଜଣଙ୍କୁ ଓ ଶୁଦ୍ଧି କାର୍ୟ୍ୟରେ ୫୦ଜଣଙ୍କୁ ମିଳିବ ଅନୁମତି । କୌଣସି ଅନୁଷ୍ଠାନର ସୁବର୍ଣ୍ଣ ଓ ରୌପ୍ୟ ଉସତ୍ସବ ପାଳନକୁ ମନା ହୋଇଛି। ଏହାସହ କୌଣସି ସାମାଜିକ ଉତ୍ସବକୁ ମିଳିବନି ଅନୁମତି । ପରବର୍ତ୍ତୀ ନିର୍ଦେଶନାମା ପର୍ୟ୍ୟନ୍ତ କଟକଣା ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ରହିଛି । ଉଲ୍ଲେଖନୀୟ ଯେ, ରାଜ୍ୟରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି । ସୀମାନ୍ତ ଜିଲ୍ଲାରେ ସଂକ୍ରମଣ ହୁହୁ ହୋଇ ବଢୁଛି । ଶିକ୍ଷାନୁଷ୍ଠାନ ସଂକ୍ରମଣ ହବ୍‌ ପାଲଟିଲାଣି । ଏ ସବୁ ସରକାରଙ୍କ ଚିନ୍ତା ବଢ଼ାଇଛି ।