କରୋନା ଦ୍ୱିତୀୟ ଢେଉ: ୨୪ ଘଂଟାରେ ଆଜି ରାଜ୍ୟରୁ ୧୨ ଜଣ ଆକ୍ରାନ୍ତ ରୋଗୀଙ୍କ ମୁତୁ୍ୟ
କରୋନା ଦ୍ୱିତୀୟ ଢେଉ: ୨୪ ଘଂଟାରେ ଆଜି ରାଜ୍ୟରୁ ୧୨ ଜଣ ଆକ୍ରାନ୍ତ ରୋଗୀଙ୍କ ମୁତୁ୍ୟ
admin
Apr 29, 2021 - 04:45
Updated: Apr 29, 2021 - 04:45
ଭୁବନେଶ୍ୱର: ରାଜ୍ୟରେ ଆଜି ୧୨ ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ମୃତୁ୍ୟବରଣ କରିଛନ୍ତି । ସେହିପରି ପୁରୀ-୨, ରାୟଗଢା-୨ ଜଣ ଆକ୍ରାନ୍ତ ମୃତୁ୍ୟବରଣ କରିଛନ୍ତି । ସେହିପରି ଅନୁଗୁଳ,କଟକ, କେନ୍ଦୁଛର ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ମୃତୁ୍ୟବରଣ କରିଛନ୍ତି । ରାଜ୍ୟରେ କରୋନା ଜନିତ ମୃତୁ୍ୟସଂଖ୍ୟା ୨ ହଜାର ୨୯ କୁ ବୃଦ୍ଧି ପାଇଛି ।
ରାଜ୍ୟସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ୬୯୯୮ ମଧ୍ୟରୁ କ୍ୱାରେଂଟିନରୁ ୪୦୪୫, ଲୋକାଲ କେସରୁ ୨୯୪୪ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲରୁ ସର୍ବାଧିକ ୯୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ-୪୭୪, ବଲାଙ୍ଗିର-୨୩୬, କଳାହାଣ୍ଡି-୨୯୨ , କଟକ-୫୧୭, ନୂଆପଡା -୪୨୦, ସମ୍ବଲପୁର-୩୨୩, ଝାରସୁଗୁଡା-୩୯୬ , ପୁରୀ-୨୮୮, ବରଗଡ-୩୩୦, ନବରଙ୍ଗପୁର-୨୫୫, ବାଲେଶ୍ୱର-୯୭ , ସୁବର୍ଣ୍ଣପୁର-୧୩୧ , ଷ୍ଟେଟପୁଲ-୧୮୫, ଗଞ୍ଜାମ-୧୨୮, ମୟୂରଭଞ୍ଜ-୩୦୮, କେନ୍ଦୁଝର-୧୬୦, କୋରାପୁଟ-୫୭, ଭଦ୍ରକ-୯୧, ଯାଜପୁର-୨୨୬, ନୟାଗଡ-୧୨୧ , ରାୟଗଡା-୧୮୧, ଅନୁଗୁଳ-୩୨୫, ଜଗତସିଂହପୁର-୧୦୪, ଗଜପତି-୧୨୧, କେନ୍ଦ୍ରାପଡା-୭୭, ଦେବଗଡ-୭୪, କନ୍ଧମାଳ-୪୫, ମାଲକାନଗିରି-୩୦ , ବୌଦ୍ଧ-୬୫ ଓ ଢେଙ୍କାନାଳ-୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୩୫ ହଜାର ୫୧୩ କୁ ବୃଦ୍ଧି ପାଇଛି । ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ୫୭ ହଜାର ୭୧୦ ଜଣ ଉପରେ ରହିଛି । ସେହିପରି ରାଜ୍ୟରୁ ୩ ଲକ୍ଷ ୭୫ ହଜାର ୭୨୧ ଆକ୍ରାନ୍ତ ସୁସ୍ଥ ହେଲେଣି ।