କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୧୧ ହଜାର ୮୦୭ ଜଣ ପଜିଟିଭ୍ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୧୧ ହଜାର ୮୦୭ ଜଣ ପଜିଟିଭ୍ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୧୧ ହଜାର ୮୦୭ ଜଣ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୧୧ ହଜାର ୮୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୬୬୧୩ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୫୧୯୪ ଜଣ ଆକ୍ରାନ୍ତ ହୋଇଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୫୬୦, ବାଲେଶ୍ୱରରେ ୨୬୦, ବରଗଡ଼ରେ ୪୨୮, ଭଦ୍ରକରେ ୮୩, ବଲାଙ୍ଗୀରରେ ୪୩୭, ବୌଦ୍ଧରେ ୧୭୮, କଟକରେ ୧୦୫୨, ଦେବଗଡ଼ରେ ୧୧୫, ଢେଙ୍କାନାଳରେ ୧୭୭, ଗଜପତିରେ ୧୦୫, ଗଞ୍ଜାମରେ ୩୪୧, ଜଗତସିଂହପୁରରେ ୧୩୪, ଯାଜପୁରରେ ୩୦୨, ଝାରସୁଗୁଡ଼ାରେ ୪୨୧, କଳାହାଣ୍ଡିରେ ୪୦୨, କନ୍ଧମାଳରେ ୯୨, କେନ୍ଦ୍ରାପଡ଼ାରେ ୧୪୫, କେନ୍ଦୁଝରରେ ୨୩୧, ଖୋର୍ଦ୍ଧାରେ ୧୫୧୦, କୋରାପୁଟରେ ୧୨୨, ମାଲକାନାଗିରିରେ ୭୦, ମୟୂରଭଞ୍ଜରେ ୧୭୫, ନବରଙ୍ଗପୁରରେ ୪୧୯, ନୟାଗଡ଼ରେ ୨୦୪, ନୂଆପଡ଼ାରେ ୨୮୬, ପୁରୀରେ ୪୫୪, ରାୟଗଡ଼ାରେ ୧୩୮, ସମ୍ବଲପୁରରେ ୫୩୩, ସୋନପୁରରେ ୨୧୦, ସୁନ୍ଦରଗଡ଼ରେ ୧୯୨୨ ଓ ରାଜ୍ୟ ପୁଲରେ ୩୦୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଅପରପକ୍ଷରେ ରାଜ୍ୟରେ ଆଉ ୮୪୦୧ ଜଣ ସୁସ୍ଥ ହୋଇଛନ୍ତି । ଏଯାବତ ରାଜ୍ୟରେ ୫ ଲକ୍ଷ ୨୪ ହଜାର ୨୦୭ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୩୧ ହଜାର ୬୫୮ ଜଣ ସୁସ୍ଥ ହୋଇଛନ୍ତି । ସମ୍ପ୍ରତି ୯୦୩୩୫ ଜଣ ଚିକିତ୍ସିତ ହେଉଛନ୍ତି ।