କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୮ ହଜାର ୭୩୫ ଜଣ ପଜିଟିଭ୍ ଚିହ୍ନଟ
କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୮ ହଜାର ୭୩୫ ଜଣ ପଜିଟିଭ୍ ଚିହ୍ନଟ
admin
Jun 1, 2021 - 05:49
Updated: Jun 1, 2021 - 05:49
ଭୁବନେଶ୍ୱର: କରୋନା ଦ୍ୱିତୀୟ ଢେଉ ବହୁତ ଜୋରେ ମାଡି ଆସୁଛି । କରୋନା ସଂକ୍ରମଣ ବୃଦ୍ଧି ରାଜ୍ୟରେ ମଧ୍ୟ ବଢି ଚାଲିଛି । ରାଜ୍ୟରେ କରୋନା ଦ୍ୱିତୀୟ ଲହରୀ ଆରମ୍ଭ ହୋଇଗଲା । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟର କରୋନା ଗ୍ରାଫ୍ ଉପର ମୁହାଁରେ ଚାଲିଛି । କରୋନା ଲେଉଟାଣି କୋପ ଭୟଙ୍କର ହେଲାଣୀ । ଦିନକୁ ଦିନ ମାଡି ମାଡି ଚାଲିଛି । ରାଜ୍ୟରେ ଆଜି ସର୍ବାଧିକ ୮ ହଜାର ୭୩୫ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆମ ରାଜ୍ୟରେ ସପ୍ତାହାନ୍ତ ସଟଡାଉନ ମଧ୍ୟ ଲାଗୁ କରାଯାଇଛି । ସଟଡାଉନ ଆଗରୁ ଓଡିଶାରେ ଲାଗିଯାଇଥିଲା ନାଇଟକର୍ଫୁ୍ୟ । ତଥାପି ଆମ ରାଜ୍ୟର କିଛି ଅମାନିଆଙ୍କ ଯୋଗୁଁ କରୋନା ସକଂମଣ ବଢି ଚଲିଛି । ପଜିଟିଭ ସଂଖ୍ୟା ଡରାଉଥିବା ବେଳେ ବି୍ରଟେନ୍ ଷ୍ଟ୍ରେନ୍ ଓଡିଶା ଆସି ସାରିଛି । ୮,୭୩୫ ମଧ୍ୟରୁ କ୍ୱାରେଂଟିନରୁ ୪୮୯୨ ଲୋକାଲ କେସରୁ ୩୮୪୩ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲରୁ ସର୍ବାଧିକ ୧୨୨୨ ପଜିଟିଭ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡି-୧୭୭ , କଟକ-୬୭୩, ଅନୁଗୁଳ-୪୫୬, ନୂଆପଡା -୪୦, ସମ୍ବଲପୁର-୧୭୭, ଝାରସୁଗୁଡା-୧୫୭ , ପୁରୀ-୪୬୭, ବରଗଡ-୧୯୩, ନବରଙ୍ଗପୁର-୨୬୪, ବାଲେଶ୍ୱର-୫୬୬, ସୁନ୍ଦରଗଡ-୨୪୪, ସୁବର୍ଣ୍ଣପୁର-୧୫୬ , ବଲାଙ୍ଗିର-୪୯ , ଷ୍ଟେଟପୁଲ-୨୨୦, ଗଞ୍ଜାମ-୧୫୬, ମୟୂରଭଞ୍ଜ-୩୪୨, କେନ୍ଦୁଝର-୧୭୯, କୋରାପୁଟ-୨୫୫, ଭଦ୍ରକ-୧୪୭, ଯାଜପୁର-୫୦୭, ନୟାଗଡ-୨୮୫ , ରାୟଗଡା-୯୦, ୫୩୨, ଜଗତସିଂହପୁର-୩୮୨, ଗଜପତି-୮୦, କେନ୍ଦ୍ରାପଡା-୩୮୭, ବୌଦ୍ଧ-୧୩୭, କନ୍ଧମାଳ-୬୫, ଢେଙ୍କାନାଳ-୫୦୩, ଓ ମାଲକାନଗିରି-୯୬ ଓ ଦେବଗଡ-୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୭୩ ହଜାର ୭୩୨ କୁ ବୃଦ୍ଧି ପାଇଛି । ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ୮୯ ହଜାର ୯୫୬ ଜଣ ଉପରେ ରହିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।