କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୩ ହଜାର ୬୫୦ ଜଣ ପଜିଟିଭ୍ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୩ ହଜାର ୬୫୦ ଜଣ ପଜିଟିଭ୍ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ :  ରାଜ୍ୟରେ ଆଜି ୩ ହଜାର ୬୫୦ ଜଣ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର:  ପୁଣି ଥରେ ଆଜି ମଧ୍ୟ ତିନି ହଜାରେ ଉପରେ ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।  ରାଜ୍ୟର କରୋନା ଗ୍ରାଫ୍ କିଛି ଦିନ ତଳ ମୁହାଁ ଚାଲିଥିବା ବେଳେ ଦୁଇ ଦିନ ହେଲା କରୋନା ଗ୍ରାଫ୍ ଉପର ମୁହାଁରେ ଚାଲିଛି । ରାଜ୍ୟରେ ଆଜି ୩ ହଜାର ୬୫୦ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆମ ରାଜ୍ୟରେ ସପ୍ତାହାନ୍ତ ସଟଡାଉନ ମଧ୍ୟ ଲାଗୁ କରାଯାଇଛି । ସଟଡାଉନ ଆଗରୁ ଓଡିଶାରେ ଲାଗିଯାଇଥିଲା ନାଇଟକର୍ଫୁ୍ୟ । ତଥାପି ଆମ ରାଜ୍ୟର କିଛି ଅମାନିଆଙ୍କ ଯୋଗୁଁ କରୋନା ସକଂମଣ ବଢି ଚଲିଛି । ପଜିଟିଭ ସଂଖ୍ୟା ଡରାଉଥିବା ବେଳେ ବି୍ରଟେନ୍ ଷ୍ଟ୍ରେନ୍ ଓଡିଶା ଆସି ସାରିଛି ।

ରାଜ୍ୟରେ ୩୬୫୦ ମଧ୍ୟରୁ କ୍ୱାରେଂଟିନରୁ ୨୦୯୮ ଲୋକାଲ କେସରୁ ୧୫୫୨ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା-୬୦୪, କଳାହାଣ୍ଡି-୨୩ , କଟକ-୪୮୫, ଅନୁଗୁଳ-୧୨୨, ନୂଆପଡା -୧୦, ସମ୍ବଲପୁର-୩୫, ଝାରସୁଗୁଡା-୮ , ପୁରୀ-୧୮୭, ବରଗଡ-୪୫, ନବରଙ୍ଗପୁର-୬୯, ବାଲେଶ୍ୱର-୨୭୮, ସୁନ୍ଦରଗଡ-୧୦୬,  ସୁବର୍ଣ୍ଣପୁର-୨୨ , ବଲାଙ୍ଗିର-୧୬ , ଷ୍ଟେଟପୁଲ-୮୯, ଗଞ୍ଜାମ-୧୪, ମୟୂରଭଞ୍ଜ-୧୪୫,  କେନ୍ଦୁଝର-୬୮, କୋରାପୁଟ-୧୦୪, ଭଦ୍ରକ-୧୭୦, ଯାଜପୁର-୩୩୨, ନୟାଗଡ-୧୨୨ , ରାୟଗଡା-୧୦୬,  ୫୩୨,  ଜଗତସିଂହପୁର-୧୩୮, ଗଜପତି-୮,  କେନ୍ଦ୍ରାପଡା-୧୦୬, ବୌଦ୍ଧ-୪୧, କନ୍ଧମାଳ-୨୬, ଢେଙ୍କାନାଳ-୧୧୦, ଓ ମାଲକାନଗିରି-୬୭ ଓ ଦେବଗଡ-୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୯୦ ହଜାର ୫୯୬ କୁ ବୃଦ୍ଧି ପାଇଛି । ରାଜ୍ୟରେ ୨୪ ଘଂଟାରେ ୬୯,୪୮୦ ଟେଷ୍ଟିଂ ହୋଇଥିବା ସୂଚନା ମିିଳିଛି ।  ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।