କରୋନା ଛଡେଇନେଲା ସର୍ମ୍ପକ: ହୋମ କ୍ୱାରେଣ୍ଟାଇନରେ ମୃତ୍ୟୁ ହେଲେ ଛୁଇଁଲେନି ଘରଲୋକ ।

କରୋନା ଛଡେଇନେଲା ସର୍ମ୍ପକ: ହୋମ କ୍ୱାରେଣ୍ଟାଇନରେ ମୃତ୍ୟୁ ହେଲେ ଛୁଇଁଲେନି ଘରଲୋକ ।

କରୋନା ଛଡେଇନେଲା ସର୍ମ୍ପକ: ହୋମ କ୍ୱାରେଣ୍ଟାଇନରେ ମୃତ୍ୟୁ ହେଲେ ଛୁଇଁଲେନି ଘରଲୋକ ।
ୟୂରଭଞ୍ଜ ଜିଲ୍ଲା ବେଟତନୀ ଥାନା ଅଂଚଳରେ ହୋମ କ୍ୱାରେଣ୍ଟାଇନରେ ଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସେ କରୋନା ଆକ୍ରାନ୍ତ ହୋଇଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ତେବେ ସେ କାଳେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବେ ତାହା ସନ୍ଦେହ କରି ସମ୍ପର୍କୀୟମାନେ ଏଯାଏଁ ଶବ ଛୁଉଁନାହାନ୍ତି । ଫଳରେ ଅନ୍ତ୍ୟେଷ୍ଟି କ୍ରିୟା କରାଯାଇପାରୁନାହିଁ । ଏନେଇ ପରିବାର ବର୍ଗ ବେତନଟୀ ଥାନାକୁ ଖବର ଦେଇଥିବା ଜାଣିବାକୁ ମିଳିଛି । ମିଳିଥିବା ସୂଚନାନୁସାରେ ସଂପୃକ୍ତ ମୃତ ବ୍ୟକ୍ତିଜଣଙ୍କ ରାଜ୍ୟ ବାହାରୁ ଆସି କ୍ୱାରେଣ୍ଟାଇନରେ ରହିଥିଲେ । ତେଣୁ ତାଙ୍କର ସ୍ୱାବ ସଂଗ୍ରହ କରାଯିବ । ସ୍ୱାବ ସଂଗ୍ରହ ପରେ ରିପୋର୍ଟ ମିଳିପାରିବ । ଯଦି ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବ ତେବେ ସରକାରୀ ଗାଇଡ଼ଲାଇନ ଆଧାରରେ ମୃତ ବ୍ୟକ୍ତିଙ୍କ ଶବ ସତ୍କାର କରାଯିବ ।