କମଳା ପୂଜାରୀଙ୍କୁ ନଚାଇବା ଘଟଣାରେ ୨ ଜଣଙ୍କୁ ନୋଟିସ୍

କମଳା ପୂଜାରୀଙ୍କୁ ନଚାଇବା ଘଟଣାରେ ୨ ଜଣଙ୍କୁ ନୋଟିସ୍

କମଳା ପୂଜାରୀଙ୍କୁ ନଚାଇବା ଘଟଣାରେ ୨ ଜଣଙ୍କୁ ନୋଟିସ୍

ଜୟପୁର: ପଦ୍ମଶ୍ରୀ ପୁରସ୍ତାରପ୍ରାପ୍ତ କମଳା ପୂଜାରୀଙ୍କୁ ଝଉଈ ଓଉଟରେ ଚିକିତ୍ସା ବେଳେ ନଚାଇବା ଭିଡିଓ ଭାଇରାଲ ଘଟଣାରେ ୨ ଜଣଙ୍କୁ ଜାରି ହୋଇଛି ନୋଟିସ୍। ତଥାକଥିତ ସମାଜସେବୀ ମମତା ବେହେରା ଓ ପ୍ରଶାସନ ପକ୍ଷରୁ ନିଯୁକ୍ତ ଆଟେଣ୍ଡାଣ୍ଟ ରାଜୀବ ହିଆଲଙ୍କୁ ଏହି ନୋଟିସ ଜାରି ହୋଇଛି। ଉଭୟଙ୍କୁ ନୋଟିସ୍ ଜାରି କରି ପକ୍ଷ ରଖିବାକୁ ନିର୍ଦ୍ଦେଶ କରିଛନ୍ତି ଜୟପୁର ଉପଜିଲ୍ଲାପାଳ। ମଙ୍ଗଳବାର ଦିନ ୧୦ଟା ସୁଦ୍ଧା ପକ୍ଷ ରଖିବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।

ସୂଚନା ଥାଉକି, ଗତ ୧୫ଦିନ ତଳେ ଗୁରୁତର ଅସୁସ୍ଥ ହୋଇ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ କମଳା ପୂଜାରୀ। ସେଠାରେ ଗୁରୁତର ହେବାରୁ ସ୍ଵତନ୍ତ୍ର ଚିକିତ୍ସା ପାଇଁ ତାଙ୍କୁ କଟକ ଏସସିବି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ୧୧ଜଣିଆ ଡ଼ାକ୍ତର ଦଳ ତାଙ୍କର ସେଠାରେ ତାଙ୍କର ସ୍ୱତନ୍ତ୍ର ଚିକିତ୍ସା କରିଥିଲେ। ଡାକ୍ତରଖାନାରେ ଏହି ଚିକିତ୍ସା ବେଳେ ତାଙ୍କୁ ଜୋରଜବରଦସ୍ତି ରୋଗୀ ଶଯ୍ୟାରୁ ଉଠାଇ ସମାଜସେବୀ ମମତା ବେହେରା ନଚାଇଥିବା ଅଭିଯୋଗ ହୋଇଥିଲା। ଏହାର ଭିଡ଼ିଓ ଭାଇରାଲ ହେବା ପରେ ଅବିଭକ୍ତ କୋରାପୁଟ ଜିଲ୍ଲା ଭୂମିଆ ସମାଜ ଘଟଣାକୁ ନିନ୍ଦା କରିଥିଲା। ଡାକ୍ତରଖାନାରେ ଏଭଳି କାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଥିଲା। ଏନେଇ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ଜୟପୁର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ ଅବିଭକ୍ତ କୋରାପୁଟ ଜିଲ୍ଲା ଭୂମିଆ ସମାଜର ସଦସ୍ୟମାନେ।ଅଭିଯୋଗପତ୍ର ପାଇବା ପରେ ଜୟପୁର ଉପଜିଲ୍ଲାପାଳ ଘଟଣାର ତଦନ୍ତ ଆରମ୍ଭ କରି ଏହି ନୋଟିସ୍ ଜାରି କରିଛନ୍ତି।