କେମିତି ପିନ୍ଧିବେ କାନଫୁଲ
ଭୁବନେଶ୍ୱର : ଦୋକାନକୁ ଯାନ୍ତୁ କିମ୍ବା ଅନ୍ ଲାଇନ୍ ଖୋଜନ୍ତୁ , ନିଜ ମନ ମୁତାବକ କାନଫୁଲଟେ ନିଶ୍ଚୟ ମିଳିଯିବ । ଏଥରକ କଲେଜ ପଢୁଆ ଯୁବତୀଙ୍କ ପାଇଁ ବିଭିନ୍ନ ଡ଼ିଜାଇନ୍ କାନଫୁଲ ବଜାରକୁ ଆସିଛି ।
ହୁପ୍ : ପୁରୁଣା ଡ଼ିଜାଇନ୍ ହୁପ୍ ଅଧିକ କାରୁକାର୍ଯ୍ୟ ହୋଇ ବିକି୍ର ହେଉଛି । ହୁପ୍ କାନଫୁଲକୁ ଦେଶୀ - ବିଦେଶୀ ଯେ କୋଣସି ବେଶ ପୋଷାକ ସହ ପିନ୍ଧି ହେବ । ହାଲୁକା ହୁପ୍ ର ଦାମ୍ ୫୫ ଟଙ୍କାରୁ ଆରମ୍ଭ ।
ଜ୍ୟାମିତିକ ଫୁଲ : ବଜାରକୁ ନୂଆ କରି ଏହି ଜ୍ୟାମିତିକ ଡ଼ିଜାଇନ୍ କାନଫୁଲ ଆସିଛି । ଆକାର ଅନ୍ୟ ଫୁଲ ତୁଳନାରେ ବଡ଼ ,କିନ୍ତୁ ପିନ୍ଧିଲେ ବହୁତ ଷ୍ଟାଇଲିସ୍ ଲାଗେ ।
ଛୁଚିଂ ଫୁଲ : ଛୁଂଚି ପରି ଦେଖାଯାଉଥିବା ଏହି କାନଫୁଲ ଯୁବତୀ ମାନେ ପିନ୍ଧିବାକୁ ବହୁତ ପସନ୍ଦ କରୁଛନ୍ତି । ଜିନ୍ସ,ସ୍କର୍ଟ ସହ ପିନ୍ଧିଲେ ଏଇ ଫୁଲ ବହୁତ ସୁନ୍ଦର ଲାଗୁଛି ।




admin 