କଫ ଶିରପ ନେଲା ୧୮ ଶିଶୁଙ୍କ ଜୀବନ

କଫ ଶିରପ ନେଲା ୧୮ ଶିଶୁଙ୍କ ଜୀବନ

କଫ ଶିରପ ନେଲା ୧୮ ଶିଶୁଙ୍କ ଜୀବନ

ଉଜବେକିସ୍ତାନ: ଉଜବେକିସ୍ତାନରେ କଫ ସିରପ ପିଇ ୧୮ ଶିଶୁ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । ଆଉ ଶିଶୁଙ୍କ ମୃତ୍ୟୁ ପାଇଁ ଭାରତୀୟ କମ୍ପାନୀକୁ ଦୋଷ ଦେଇଛି ଉଜବେକିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ବୟାନ ଜାରି କରି ମନ୍ତ୍ରାଳୟ କହିଛି ନୋଏଡା ସ୍ଥିତ ମେରିୟନ ବାୟୋଟେକ ପ୍ରାଇଭେଟ ଲିମିଟେଡ ଦ୍ୱାରା ପ୍ରସ୍ତୁତ ଥଣ୍ଡା ସିରପ ଡକ ୱାନ ମାକ୍ସ ପିଇ ଶିଶୁଙ୍କ ଜୀବନ ଯାଇଛି ।


ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି, ମୃତ ଶିଶୁ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ଡକ ୱାନ ମାକ୍ସ ସିରପକୁ ୨ରୁ ୭ ଦିନ ଯାଏଁ ସେବନ କରିଥିଲେ । ମୋଟ ୨୧ଜଣ ଶିଶୁ ଥଣ୍ଡା ଯୋଗୁଁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ଉଜବେକିସ୍ତାନ ଦାବି କରିଛି, ସିରପର ନୂମନା ଯାଞ୍ଚରୁ ମିଳିଛି, ଏଥିରେ ଏଲିଥିନ ଗ୍ଲାଇକୋଲ ରହିଛି, ଯାହା ବିଷାକ୍ତ ପଦାର୍ଥ ଭାବେ ଗଣାଯାଏ । ତେଣୁ ଏହାକ ସେବନ କଲେ ବାନ୍ତି, ଅଚେତ ହେବା, ହୃଦଘାତ ଓ କିଡିନୀ ଫେଲ ଭଳି ସମସ୍ୟା ଦେଖାଦେବା ସମ୍ଭାବନା ରହିଛି ।


ଏହା ଛଡା ଆଣ୍ଟି କୋଲ୍ଡ ଭାବେ ବ୍ୟବହୃତ ଭାରତୀୟ କମ୍ପାନୀର ଏହି ଔଷଧରେ ନିର୍ଦ୍ଧାରିତ ମାନକ ଠାରୁ ଅଧିକ ଡୋଜ ଥିବା ଦାବି କରାଯାଇଛି । ୧୮ ଶିଶୁଙ୍କ ମୃତ୍ୟୁକୁ ଗମ୍ଭୀରତାର ସହ ନେଇଥିବା କହିଛି ଉଜବେକିସ୍ତାନ ସ୍ୱାସ୍ଥ୍ୟମନ୍ତ୍ରାଳୟ । ଏହି ଘଟଣାରେ ୭ ଜଣ କର୍ମଚାରୀଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି । ଏହାଛଡା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଉପରେ ମଧ୍ୟ କାର୍ୟ୍ୟାନୁଷ୍ଠାନ ନିଆଯାଇଛି । ଆଉ ଉଜବେକିସ୍ତାନରେ ତକ ୱାନ ମ୍ୟାକ୍ସ ସିରପ ଓ ଟାବଲେଟ ବିକ୍ରି ଉପରେ କଟକଣା ଜାରି କରାଯାଇଛି । ପୂର୍ବରୁ ଗତ ସେପ୍ଟେମ୍ବର, ଅକ୍ଟୋବର ମାସରେ ଭାରତ ପ୍ରସ୍ତୁତ ସିରପ ପିଇ ୬୬ ଜଣ ଶିଶୁଙ୍କୁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଥିଲା ଗାମ୍ବିଆ । ଆଉ ଏବେ ଉଜବେକିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସମାନ ଅଭିଯୋଗ ଆଣିଛି ।