କୋଣାର୍କ ମନ୍ଦିର ପରିଦର୍ଶନ ସମୟ ବଦଳିଲା

କୋଣାର୍କ ମନ୍ଦିର ପରିଦର୍ଶନ ସମୟ  ବଦଳିଲା

କୋଣାର୍କ : ପରିବର୍ତ୍ତନ ହେଲା ସୂର୍ୟ୍ୟ ମନ୍ଦିର ପରିଦର୍ଶନ ସମୟ। ଆଜିଠୁ ସନ୍ଧ୍ୟା ସାତଟାରେ ବନ୍ଦ ହେବ କୋଣାର୍କ ମନ୍ଦିର। ପର୍ୟ୍ୟଟକଙ୍କ ପାଇଁ ମାର୍ଚ୍ଚ ୧ ରୁ ସକାଳ ୬ଟାରୁ ସୂର୍ୟ୍ୟ ମନ୍ଦିର ମୁଖ୍ୟଦ୍ୱାର ଖୋଲରହି ସନ୍ଧ୍ୟା ୭ଟାରେ ବନ୍ଦ ହେବ। ପୂର୍ବରୁ ସନ୍ଧ୍ୟା ୬ ଟାରେ ସୂର୍ୟ୍ୟ ମନ୍ଦିର ବନ୍ଦ ହେଉଥିଲା। ଆସନ୍ତା ଅକ୍ଟୋବର ୩୧ ତାରିଖ ପାର୍ୟ୍ୟନ୍ତ ସୂର୍ୟ୍ୟମନ୍ଦିର ପରିଦର୍ଶନ ସମୟ ପରିବର୍ତ୍ତନ ହେଉଥିବା ଏଏସଆଇ ବିଭାଗ ପକ୍ଷରୁ ସୂଚନା ମିଳିଛି।