କେଉଁ କେଉଁ ଜିଲ୍ଲାରେ କାଚିବ ବର୍ଷା ଜାଣିନିଅନ୍ତୁ
ଭୁବନେଶ୍ୱର: ରାଜ୍ୟକୁ ଆସୁଛି ପଶ୍ଚିମା ଝଡ଼ । ଫଳରେ ଉପାନ୍ତରୁ ଉପକୂଳ ପର୍ୟ୍ୟନ୍ତ ଅଞ୍ଚଳ ବର୍ଷାରେ ଭିଜିବ। ମିଳିବ ତାତିରୁ ଆଶ୍ୱସ୍ତି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ଏପରି ସୂଚନା ଦେଇଥିବା ବେଳେ ଆଶ୍ୱସ୍ତ ଅନୁଭବ କରିଛନ୍ତି ରାଜ୍ୟବାସୀ।ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୧୫ ତାରିଖରେ ଉପକୂଳ ଏବଂ ଏହା ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଯଥାକ୍ରମେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡା, କୋରାପୁଟ, ରାୟଗଡା ଓ ଗଜପତିରେ ବର୍ଷାର ପ୍ରଭାବ ରହିବ।
୧୬ ତାରିଖରେ ୧୩ଟି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡା, ଗଂଜାମ, ଗଜପତି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଳେଶ୍ବର ଓ ମୟୂରଭଂଜରେ ପବନ ସହ ବିଜୁଳି, ଘଡଘଡି ହେବ। ଏହାବାଦ ୧୭ ତାରିଖରେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବ । ଏହି ସମୟରେ ଘଣ୍ଟା ପ୍ରତି ୪୫ ରୁ ୫୦ କିଲୋମିଟର ବେଗରେ ପବନ ବହିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
୧୭ ତାରିଖରେ ୧୨ଟି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି । ସେଗୁଡିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ଗଂଜାମ, ଗଜପତି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ।
ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ୧୫, ୧୬, ୧୭ ତାରିଖ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ୧୫ରେ ବିଜୁଳି, ଘଡ଼ଘଡ଼ି ଜନିତ ବର୍ଷା ରହିବ । ୧୬, ୧୭ରେ ପଶ୍ଚିମା ଝଡ଼ ପ୍ରଭାବ ଅଧିକ ରହିବ ।




admin 