ଓଡିଶାରେ କରୋନା ଯୋଦ୍ଧାଙ୍କ ମୃତ୍ୟୁ

ଓଡିଶାରେ କରୋନା ଯୋଦ୍ଧାଙ୍କ ମୃତ୍ୟୁ

ଓଡିଶାରେ କରୋନା ଯୋଦ୍ଧାଙ୍କ ମୃତ୍ୟୁ
ସୁନ୍ଦରଗଡ଼: ବାଲିଶଙ୍କରା ବ୍ଲକ ଅନ୍ତର୍ଗତ କୁସୁମମରା ପଞ୍ଚାୟତ କାଙ୍କେରଯୋରାର ଆଶା କର୍ମୀ ନିର୍ମଳା ସରେଙ୍ଗଙ୍କ ସଦରମହକୁମା ହସ୍ପିଟାଲରେ ମୃତ୍ୟୁ ହୋଇଥିବାର ଜଣାପଡ଼ିଛି । ତାଙ୍କୁ ବିଶେଷ ଚିକିତ୍ସା ପାଇଁ ବଡ଼ମେଡିକାଲକୁ ସ୍ଥାନାନ୍ତର କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିବା ବେଳେ ଶେଷ ମୂହୂର୍ତ୍ତରେ ତାଙ୍କର ଅଚାନକ ମୃତ୍ୟୁ ସମସ୍ତଙ୍କୁ ବ୍ୟଥିତ କରିଛି । ମିଳିଥିବା ସୂତ୍ରରୁ ପ୍ରକାଶ, କିଞ୍ଜିରକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ କାର୍ଯ୍ୟରତା ଆଶାକର୍ମୀ ନିର୍ମଳା ବେଶ ନିଷ୍ଠାର ସହ କରୋନା ପାଇଁ କାର୍ଯ୍ୟ କରୁଥିବା ବେଳେ ଗତ ମାର୍ଚ୍ଚ ୨୪ ତାରିଖ ଦିନ ଉଚ୍ଚ ରକ୍ତଚାପ ଯୋଗୁଁ ହଠାତ ଅସୁସ୍ଥ ହୋଇ ଯାଇଥିଲେ । ପ୍ରଥମେ ସଦର ମହକୁମା ହସ୍ପିଟାଲ ଓ ପରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା । ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ସେ କୌଣସି କାରଣରୁ ଘରକୁ ଫେରି ଆସିଥିଲେ । ପୁନଶ୍ଚ ଗାଁରେ ମଧ୍ୟ ସେ ଗୁରୁତର ଅସୁସ୍ଥ ଥିବା ଜାଣି ପୂର୍ବତନ କାଉନସିଲର ହିମାଂଶୁ ଷଡଙ୍ଗୀ ଓ ଧୃବ କାଲୋ ଏ ସମ୍ପର୍କରେ ମୁଖ୍ୟ ଚିକିତ୍ସାଧିକାରୀ ଡା.ସରୋଜ କୁମାର ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଡା.ମିଶ୍ର ଗାଁରୁ ୧୦୮ ଆମ୍ବୁଲାନ୍ସ ଯୋଗେ ସୁନ୍ଦରଗଡକୁ ଆଣିବାର ବ୍ୟବସ୍ଥା କରି ପରବର୍ତ୍ତୀ ଅବସ୍ଥାରେ ନିର୍ମଳାଙ୍କୁ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିବାର ପ୍ରସ୍ତୁତି ଚଳାଇଥିବା ବେଳେ ଦୁର୍ଭାଗ୍ୟ ବଶତଃ ନିର୍ମଳାଙ୍କ ମୃତ୍ୟୁ ହୋଇଥିଲା ।