ଓଏଏସସ୍ତରରେ ଅଦଳବଦଳ
ଓଏଏସସ୍ତରରେ ଅଦଳବଦଳ
ଭୁବନେଶ୍ୱର: ରାଜ୍ୟ ସରକାର ଓଏଏସ୍ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଓସଡମା କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ବରିଷ୍ଠ ଓଏଏସ୍ ଅଧିକାରୀ ସତ୍ୟରଞ୍ଜନ ସାହୁଙ୍କର ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଭାବେ ବଦଳି ହୋଇଛି। ସେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଶ୍ରୀ ସାହୁଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳସ୍ତରରେ ମଧ୍ୟ ବଦଳି ହୋଇଛି। ସାଧାରଣ ପ୍ରଶାସନ ବିଭାଗ ଜାରି ବିଜ୍ଞପ୍ତି ଅନୁସାରେ ସମ୍ବଲପୁର ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ ତ୍ରିପାଠୀଙ୍କୁ ସମ୍ବଲପୁରସ୍ଥିତ ବନେ୍ଦାବସ୍ତ ଓ ଚକବନ୍ଦୀ ଅତିରିକ୍ତ କମିସନର୍ ଭାବେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ସାଧାରଣ ପ୍ରଶାସନ ବିଭାଗରେ କାର୍ୟ୍ୟରତ ଦିଲୀପ କୁମାର ବଳଙ୍କୁ ସମ୍ବଲପୁର ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିଦେ୍ର୍ଧଶକ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ସାଧାରଣ ପ୍ରଶାସନ ବିଭାଗର ରେଣ୍ଟ ଅଫିସର, ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଏନ.ସି ଜ୍ୟୋତିରଞ୍ଜନ ନାୟକଙ୍କୁ ରାଜ୍ୟ ଅତିଥି ଭବନ ମ୍ୟାନେଜର, ରାୟଗଡ଼ା ଡିଆରଡିଏ ପ୍ରକଳ୍ପ ନିଦେ୍ର୍ଧଶକ ମହେଶ୍ୱର ଚନ୍ଦ୍ର ନାଏକଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ, ବୌଦ୍ଧ ଡିଆରଡିଏର ଏପିଡି (ପ୍ରଶାସନିକ) ବବିତାରାଣୀ ଦଳବେହରାଙ୍କୁ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ, ପାନପୋଷ ଅତିରିକ୍ତ ଉପଜିଲ୍ଲାପାଳ ରୀତା ଡାଙ୍ଗଙ୍କୁ ସୁନ୍ଦରଗଡ଼ ତୁଡ଼ାର ପ୍ରକଳ୍ପ ନିଦେ୍ର୍ଧଶକ, ବୌଦ୍ଧ ଉପଜିଲ୍ଲାପାଳ ଅଶ୍ୱିନୀ କୁମାର ବେହେରାଙ୍କୁ ବୌଦ୍ଧ ଡିଆରଡିଏର ପ୍ରକଳ୍ପ ନିଦେ୍ର୍ଧଶକ, ବୌଦ୍ଧ ତହସିଲଦାର ସନତ କୁମାର ନାଏକଙ୍କୁ ବୌଦ୍ଧ ଉପଜିଲ୍ଲାପାଳ, କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ବିରଜା ପ୍ରସାଦ ରାଉତରାୟଙ୍କୁ କେନ୍ଦ୍ରାପଡ଼ା ସିଡିଏମଓଙ୍କ କାର୍ୟ୍ୟାଳୟରେ ପ୍ରଶାସନିକ ଅଧିକାରୀ ଭାବେ ବଦଳି କରାଯାଇଛି । ସେହିପରି ରାଜସ୍ୱ ଓ ବିପର୍ୟ୍ୟୟ ପ୍ରଶମନ ବିଭାଗ ପକ୍ଷରୁ କବିସୂର୍ୟ୍ୟନଗର ତହସିଲଦାର ପ୍ରକାଶ କୁମାର ମିଶ୍ରଙ୍କୁ ଛତ୍ରପୁର ତହସିଲଦାର, ରଣପୁର ତହସିଲଦାର ସଞ୍ଜୟ ସାମନ୍ତରାଙ୍କୁ ଆସ୍କା ତହସିଲଦାର, ଗଞ୍ଜାମ ଟିଆରଓ ମୋନାଲିସା ଆଚାର୍ୟ୍ୟାଙ୍କୁ କବିସୂର୍ୟ୍ୟନଗର ତହସିଲଦାର, ପୁରୀ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଟିଆରଓ ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ ବେଗୁନିଆପଡ଼ା ବିଡିଓ, ଡେଲାଙ୍ଗ ତହସିଲଦାର ମହେନ୍ଦ୍ର କୁମାର ବଢ଼ାଇଙ୍କୁ ବିଏମସିକୁ, ପୁରୀ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ଟିଆରଓ ନିବେଦିତା ପରିଡ଼ାଙ୍କୁ ଡେଲାଙ୍ଗ ତହସିଲଦାର ଭାବେ ବଦଳି କରାଯାଇଛି ।




admin 