ଏହି ଦୁଇଟି ବ୍ଲଡଗ୍ରୁପ ଥିବା ଲୋକଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ ରହିଛି !

ଏହି ଦୁଇଟି ବ୍ଲଡଗ୍ରୁପ ଥିବା ଲୋକଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ ରହିଛି !

ଏହି ଦୁଇଟି ବ୍ଲଡଗ୍ରୁପ ଥିବା ଲୋକଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ ରହିଛି !

ନୂଆଦିଲ୍ଲୀ: କାଉନସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସଆଇଆର) ପକ୍ଷରୁ ହୋଇଥିବା ଏକ ସର୍ଭେ ରିପ‌ୋର୍ଟରେ ଏନେଇ କିଛି ସୂଚନା ମିଳିଛି । ଦେଶବ୍ୟାପୀ ହୋଇଥିବା‌ ସିରୋ ପଜିଟିଭିଟି ସର୍ଭେ ଆଧାରରୁ ଏହି ରିପୋର୍ଟ ମିଳିଛି ।

ସିଏସଆଇଆର ସୂଚନା ଅନୁଯାୟୀ, ‘ଏବି’ ଓ ‘ବି’ ବ୍ଲଡ ଗ୍ରୁପ ଥିବା ବ୍ୟକ୍ତି ଅନ୍ୟ ବ୍ଲଡ ଗ୍ରୁପ ବ୍ୟକ୍ତିଙ୍କ ତୁଳନାରେ କରୋନାରେ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ରହିଛି । ତେଣୁ ଏମାନଙ୍କୁ ଯଥାସମ୍ଭବ ସଚେତନ ରହିବାକୁ ହେବ ।  ସେହିପରି ‘ଓ’ ବ୍ଲଡଗ୍ରୁପ ଥିବା ବ୍ୟକ୍ତି ଏତେ ଶୀଘ୍ର କରୋନାରେ ଆକ୍ର‌ାନ୍ତ ହେବେ ନାହିଁ । ଏହାର ଅର୍ଥ ନୁହେଁ ଯେ ଆପଣ କରୋନା କଟକଣା ମାନିବେ ନାହିଁ ।  କରୋନା ନିୟମ ଯଥାସମ୍ଭବ ପାଳନ କରିବା ନିହାତି ଜରୁରୀ ।

ଏଥିସହିତ ରିପୋର୍ଟରେ ଉଲ୍ଲେଖ ରହିଛି କି ଆମିଷ ଖାଉଥିବା ଲୋକଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ଆଶଙ୍କା ଅଧିକ ରହିଛି । ଏହି କ୍ଷେତ୍ରରେ ନିରାମିଷ ଖାଦ୍ୟ ଖାଉଥିବା ଲୋକଙ୍କୁ ସଂକ୍ରମଣ କମ ରହିଛି ।  କାରଣ ନିରାମିଷ ଖାଦ୍ୟରେ ଫାଇବର ରହିଥାଏ । ଯାହାକି  ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ‌ତେଣୁ କରୋନା ସଂକ୍ରମଣ ଆମିଷ ଖାଉଥିବା ଲୋକଙ୍କ ତୁଳନାରେ ନିରାମିଷ ଖାଉଥିବା ଲୋକଙ୍କୁ ଏତେ ଶୀଘ୍ର ସଂକ୍ରମିତ କରି ନଥାଏ ।