ଏହି ଦିନଠୁ ରାଜ୍ୟରେ ଆରମ୍ଭ ହେବ ବର୍ଷା

ଏହି ଦିନଠୁ ରାଜ୍ୟରେ ଆରମ୍ଭ ହେବ ବର୍ଷା

ଏହି ଦିନଠୁ ରାଜ୍ୟରେ ଆରମ୍ଭ ହେବ ବର୍ଷା


ନୂଆଦିଲ୍ଲୀ: ବଙ୍ଗୋପସାଗର ଭିତରେ ସୋମାବାର ସକାଳେ ଏକ ମଧ୍ୟମ ଧରଣର ଭୂମିକମ୍ପ ଘଟିଥିବା ବେଳେ ଆଗକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବଙ୍ଗୋପସାଗର ତଳେ ଅନେକ ଫଲ୍ଟଲାଇନ ରହିଛି । ବିଭିନ୍ନ ନଦୀ ସିଷ୍ଟମରୁ ଆସୁଥିବା ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି ।

ମଙ୍ଗଳବାର (୬ ତାରିଖ) ସନ୍ଧ୍ୟା ସୁଦ୍ଧା ତାହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଅବପାତରେ ପରିଣତ ହେବ । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ ଏବଂ ୮ ତାରିଖ ସକାଳେ ଏହି ବାତ୍ୟା ତାମିଲନାଡୁ-ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ । ଏହାର ପ୍ରଭାବରେ ଏସବୁ ରାଜ୍ୟରେ ଆସନ୍ତା ୭ ତାରିଖ ରାତିରୁ ବର୍ଷା ଆରମ୍ଭ ହେବ । ୮ ତାରିଖରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହିତ ଘଣ୍ଟା ପ୍ରତି ୬୦-୭୦ କିମି ତଥା ସ୍ଥଳ ବିଶେଷରେ ୮୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ୯ ତାରିଖ ପର୍ୟ୍ୟନ୍ତ ଏହି ବର୍ଷା ଓ ପବନ ଲାଗି ରହିବ । ଆସନ୍ତା ୭ ତାରିଖରେ ବାତ୍ୟାର ବେଗ, ପ୍ରଭାବ ଓ ଲ୍ୟାଣ୍ଡଫଲ ସମ୍ପର୍କରେ ସବିଶେଷ ଚିତ୍ର ମିଳିପାରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।